Below header

ଫେସବୁକରେ ଫେକ ଆଇଡି କରି ସୁନ୍ଦରୀ ଯୁବତୀଙ୍କ ଡିପି ଦେଇ ଚୂନ ଲଗାଉଥିଲା ଠକ, ବାନ୍ଧିଲା ପୋଲିସ

ଫେସବୁକରେ ଫେକ ଆଇଡି କରି ସୁନ୍ଦରୀ ଯୁବତୀଙ୍କ ଫୋଟୋ ଡିସ୍ ପ୍ଲେ ପିକଚର୍ ଲଗାଇ ଇଂଜିନିୟରଙ୍କୁ ଚୂନ ଲଗାଇଲା ସାଇବର ଠକ । ଏହି ଘଟଣାରେ ବ୍ରହ୍ମପୁରର ଶ୍ରୀଧର ମହାରଣାଙ୍କୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ ।

ଭୁବନେଶ୍ବର(କେନ୍ୟୁଜ୍):   ସୁନ୍ଦରୀ ମୋହରେ ଗଲା ୩୪ ଲକ୍ଷ ଟଙ୍କା । ଫେସବୁକରେ ଫେକ ଆଇଡି କରି ସୁନ୍ଦରୀ ଯୁବତୀଙ୍କ ଫୋଟୋ ଡିସ୍ ପ୍ଲେ ପିକଚର୍ ଲଗାଇ ଇଂଜିନିୟରଙ୍କୁ ଚୂନ ଲଗାଇଲା ସାଇବର ଠକ । ଏହି ଘଟଣାରେ ବ୍ରହ୍ମପୁରର ଶ୍ରୀଧର ମହାରଣାଙ୍କୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ । ସେ ଜଣେ ଯୁବତୀଙ୍କ ନାଁରେ ଚଳାଇଥିଲେ ଫେସବୁକ ଫେକ ଆଇଡି। ଭୁବନେଶ୍ୱରର ଯୁବକ ଅଙ୍କିତ ଗୁପ୍ତା ଙ୍କୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇଥିଲେ। ଅଙ୍କିତ ଛତିଶଗଡ଼ରେ NTPC ରେ କାର୍ଯ୍ୟରତ ଇଞ୍ଜିନିୟର। ବନ୍ଧୁତା ସ୍ଥାପନ କରିବା ପରେ ଅଭିଯୁକ୍ତ ଧୂର୍ତ୍ତ ଶ୍ରୀଧର ସୁଯୋଗ ଦେଖି ତାଙ୍କୁ ପ୍ରେମ ଜାଲରେ ଫସାଇଲେ। ନିଜକୁ ଘରୋଇ ମେଡିକାଲ କଲେଜର ତୃତୀୟ ବର୍ଷ ର ଛାତ୍ରୀ ବୋଲି ପରିଚୟ ଦେଇଥିଲା ଠକ ।

ବାପା ଜଣେ ଆର୍ମି ଅଫିସର ଓ ଅସୁସ୍ଥ ଥିବାରୁ ସହାୟତା ମାଗି ପର୍ଯ୍ୟାୟ କ୍ରମେ ଏକ ବର୍ଷ ମଧ୍ୟ ରେ ଅଙ୍କିତଙ୍କ ଠାରୁ ୩୪ ଲକ୍ଷ ଲୁଟି ନେଇଥିଲା ଅଭିଯୁକ୍ତ ଶ୍ରୀଧର ମହାରଣା। ଶ୍ରୀଧର ଙ୍କୁ ଗିରଫ ସହ ତାଠାରୁ ମିଳିଛି ୮ଟି ATM କାର୍ଡ , ଦୁଇଟି ମୋବାଇଲ ଫୋନ । ତାକୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚୁରା କରିବ ସାଇବର ଥାନା ପୋଲିସ। ଶ୍ରୀଧର ଆଗରୁ କାହାକୁ ଏଭଳି ଫେକ ଆକାଉଣ୍ଟ ଦ୍ଵାରା ଠକିଛି କି? ଏଭଳି କିଛି ସିଣ୍ଡିକେଟ ରହିଛି କି ସେ ନେଇ ରିମାଣ୍ଡରେ ଆଣି ପଚରା ଉଚୁରା କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.