ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ, ଆଜି ବ୍ରହ୍ମପୁର ବିଶ୍ବିବଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ

ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ। ଦ୍ରୌପଦୀ ମୁର୍ମୁଙ୍କୁ ପ୍ରତୀକ୍ଷା କରିଛି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ।ରାଷ୍ଟ୍ରପତି ପ୍ରଥମେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ବିଜୁପଟ୍ଟନାୟକ ପ୍ରେକ୍ଷାଳୟକୁ ଯିବେ। ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।

ବ୍ରହ୍ମପୁର (କେନ୍ୟୁଜ): ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ। ଦ୍ରୌପଦୀ ମୁର୍ମୁଙ୍କୁ ପ୍ରତୀକ୍ଷା କରିଛି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ। ଆଜି ବ୍ରହ୍ମପୁର ବିଶ୍ବିବଦ୍ୟାଳୟକୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପ୍ରଥମେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ବିଜୁପଟ୍ଟନାୟକ ପ୍ରେକ୍ଷାଳୟକୁ ଯିବେ। ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।

୪୩ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚଡି ଡିଗ୍ରୀ ପ୍ରଦାନ କରିବେ। ୩୫ଟି ବିଭାଗର ଟପ୍ସର ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ, ୩ଜଣଙ୍କୁ ଡିଲିଟ୍, ଜଣଙ୍କୁ ଡିଏସ୍ ସି ପ୍ରଦାନ କରାଯିବ। ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପ୍ରାୟ ୫୦ ମିନିଟ ରହିବେ। ରାଜ୍ୟପାଳ ରଘୁବର ଦାସ ଉତ୍ସବରେ ପୌରହିତ୍ୟ କରିବେ। ଅନ୍ୟତମ ସମ୍ମାନିତ ଅତିଥି ଭାବ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.