ବାଂଲାଦେଶର ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ; ୪୪ ଜୀବନ୍ତ ଦଗ୍ଧ

ବାଂଲାଦେଶରେ ଭୟାବହ ଅଗ୍ନିକାଣ୍ଡ। ଏକ ରେଷ୍ଟୁରାଣ୍ଟରେ ନଆଁ ଲାଗି ୪୪ ଜଣ ଜୀବନ୍ତ ଦଗ୍ଧ। ବାଂଲାଦେଶ ରାଜଧାନୀ ଢାକାର ବେଲି ରୋଡ୍ ରେ ଥିବା ଏକ ୭ ମହଲା କୋଠାରେ ଗୁରୁବାର ରାତିରେ ନିଆଁ ଲାଗି ଯାଇଥିଲା ।

ବାଂଲାଦେଶ (କେନ୍ୟୁଜ):ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ୪୪ ମୃତ, ୨୨ ଗୁରୁତର । ବାଂଲାଦେଶ ରାଜଧାନୀ ଢାକାର ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗି ୪୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି ରାତିରେ ବେଲି ରୋଡ୍ ରେ ଥିବା ଏକ ୭ ମହଲା କୋଠାରେ ନିଆଁ ଲାଗି ଯାଇଥିଲା । ପ୍ରଥମେ ପ୍ରଥମ ମହଲାରେ ଥିବା ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗି ଯାଇଥିଲା । ଏହାପରେ ହୁ ହୁ ହୋଇ ଉପର ମହଲାକୁ ବ୍ୟାପି ଯାଇଥିଲା । ଫଳରେ ବାହାରି ପାରି ନଥିଲେ ଗ୍ରାହକ। ରେଷ୍ଟୁରାଣ୍ଟରେ ରାତ୍ରି ଭୋଜନ ସେମାନଙ୍କ ପାଇଁ ଶେଷ ଭୋଜନ ହୋଇଥିଲା ।

ଢାକା ମେଡିକାଲ କଲେଜ ହସ୍ପିଟାଲରେ ୩୩ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ହସ୍ପିଟାଲରେ ଆଉ ୧୦ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୧୩ଟି ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହି ୭ ମହଲା ବିଲ୍ଡିଂର ଅନ୍ୟ ମହଲାରେ ଲୁଗା ଦୋକାନା ଓ ମୋବାଇଲ ଦୋକାନ ମଧ୍ୟ ଅଛି । ଗ୍ୟାସ ସିଲିଣ୍ଡର ଯୋଗୁଁ ଖୁବ୍ ଶୀଘ୍ର ନିଆଁ ବ୍ୟାପି ଯାଇଥିଲା ବୋଲି ଅଗ୍ନିଶମ କର୍ମଚାରୀ କହିଛନ୍ତି  । କିଛି ଲୋକ ନିଆଁରେ ପୋଡ଼ି ହୋଇ ଏବଂ ଆଉ କିଛି ଶ୍ବାସରୁଦ୍ଧ ହୋଇ ମରିଥିବା ବେଳେଳ ଅନେକ ଲୋକ ଭୟରେ କୋଠା ଉପରୁ ଡେଇଁ ପଡ଼ିଥିବା କୁହାଯାଉଛି  । ଏସବୁ ସତ୍ତ୍ବେ ୩୩ ଜଣଙ୍କୁ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.