ଆଜି ବରମୁଣ୍ଡା ବସ୍ ଟର୍ମିନାଲ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ଏଠାରେ ଏୟାରପୋର୍ଟ ଭଳି ସୁବିଧା ପାଇବେ ଯାତ୍ରୀ

ଆଜି ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ଏୟାରପୋର୍ଟ ଭଳି ସୁବିଧା ପାଇବେ ଯାତ୍ରୀ । ଏଥିରେ ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମାଗାର, ଆହାରକେନ୍ଦ୍ର, ମିଲେଟ କାଫେ, ରେଷ୍ଟୁରାଣ୍ଟ, ଶୌଚାଳୟ, ପିଇବା ପାଣି ବ୍ୟବସ୍ଥା, ଏକ୍ସାଲେଟର, ବସ୍ ଟିକେଟ କାଉଣ୍ଟର ଆଦି ସୁବିଧା ରହିଛି।

ଭୁବନେଶ୍ୱର (କେନ୍ୟୁଜ): ଆଜି ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ଏୟାରପୋର୍ଟ ଭଳି ସୁବିଧା ପାଇବେ ଯାତ୍ରୀ । ପ୍ରାୟ ୨୨୧ କୋଟି ବ୍ୟୟରେ ଏହି ବସ୍ ଟର୍ମିନାଲ ନିର୍ମିତ ହୋଇଛି । ଏଥିରେ ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମାଗାର, ଆହାରକେନ୍ଦ୍ର, ମିଲେଟ କାଫେ, ରେଷ୍ଟୁରାଣ୍ଟ, ଶୌଚାଳୟ, ପିଇବା ପାଣି ବ୍ୟବସ୍ଥା, ଏକ୍ସାଲେଟର, ବସ୍ ଟିକେଟ କାଉଣ୍ଟର ଆଦି ସୁବିଧା ରହିଛି।

ଯାତ୍ରୀଙ୍କ ଯାଞ୍ଚ ପାଇଁ ହାଇ ସିକ୍ୟୁରିଟି ବ୍ୟାରେଜ କାଉଣ୍ଟର ରହିଛି । ଜରୁରୀକାଳୀନ ସେବା ପାଇଁ ମେଡିକାଲ ଆଉଟପୋଷ୍ଟ ମଧ୍ୟ ରହିଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ବସ୍ ଷ୍ଟାଣ୍ଡରେ ପୋଲିସ ଆଉଟପୋଷ୍ଟ ଖୋଲିବ । ନିଯୁକ୍ତି ପାଇବେ ୮୯ ପୋଲିସ୍ କର୍ମଚାରୀ । ଦୈନିକ ୩୫ ରୁ ୪୫ ହଜାର ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଦେଖି ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରେଷ୍ଟୁରାଣ୍ଟ, ବହୁତଳ କାର ପାର୍କିଂ ସୁବିଧା ମଧ୍ୟ ରହିଛି । ୧୪୪ଟି ବସ୍ ବେ, ସିଟି ବସ୍ ପାଇଁ ବସ୍ ବେ ଓ ଦୋକାନ ବଜାର ଅନେକ ସୁବିଧା ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.