Below header

ରାଜ୍ୟରେ ହ୍ରାସ ପାଉଛି କଲରାପତରିଆ ବାଘ ସଂଖ୍ୟା, ନୟାଗଡ଼ ଓ ଘୁମୁସର ବନଖଣ୍ଡରେ ଗୋଟିଏ ବି ନାହାନ୍ତି

ରାଜ୍ୟରୁ ୧୯୨ କଲରାପତରିଆ ଉଭାନ୍। ଓଡ଼ିଶାରେ କଲରାପତରିଆ ବାଘଙ୍କ ସଂଖ୍ୟା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ପାଇଛି । ବର୍ତ୍ତମାନ ରାଜ୍ୟରେ ୫୬୮ କଲରାପତରିଆ ବାଘ ରହିଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରୁ ୧୯୨ କଲରାପତରିଆ ଉଭାନ୍। ଓଡ଼ିଶାରେ କଲରାପତରିଆ ବାଘଙ୍କ ସଂଖ୍ୟା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ପାଇଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବନ୍ୟପ୍ରାଣୀ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ରାଜ୍ୟ ବନ ବିଭାଗର ମିଲିତ ସହଭାଗିତାରେ ଦେଶରେ ହୋଇଥିବା କଲରାପତରିଆ ଗଣନା ରିପୋର୍ଟ ୨୦୨୨ ପ୍ରକାଶ ପାଇବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନ ରାଜ୍ୟରେ ୫୬୮ କଲରାପତରିଆ ବାଘ ରହିଛନ୍ତି।

୨୦୧୮ ମସିହାରେ ହୋଇଥିବା ଗଣନା ବେଳେ ରାଜ୍ୟରେ ୭୬୦ କଲରାପତରିଆ ବାଘ ରହିଥିଲେ। ହେଲେ ୪ ବର୍ଷ ମଧ୍ୟରେ ଏହି ସଂଖ୍ୟା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ପାଇଛି। ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ୫୬୮ କଲରାପତିଆ ବାଘଙ୍କ ମଧ୍ୟରୁ ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ମଧ୍ୟରୁ ଯଥାକ୍ରମେ ୯୧ ଓ ୮୦ଟି ବାଘ କ୍ୟାମେରାରେ ଟ୍ରାପ ହୋଇଥିବା ଜଣାପଡ଼ିଛି। ଏହି ଦୁଇ ବ୍ୟାଘ୍ର ପ୍ରକଳ୍ପରେ ବାଘ ସଂଖ୍ୟା ବଢିଥିବା ନେଇ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍ୟପଟେ ନୟାଗଡ଼ ଓ ଘୁମୁଷର ବନଖଣ୍ଡରେ କୌଣସି ବାଘ ନଜର ଆସିନଥିବା ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟରେ ଅଣସଂରକ୍ଷିତ ଅଞ୍ଚଳରେ ୫୫ ପ୍ରତିଶତ କଲରାପତରିଆ ଚିହ୍ନଟ ହୋଇଥିବ ରିପୋର୍ଟରେ ଦର୍ଶାଯାଇଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି NTCA। ତେଣୁ ରାଜ୍ୟ ବନବିଭାଗ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ପାଟ୍ରୋଲିଂ ବଢାଇବା ପାଇଁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.