Below header

ମର୍ମନ୍ତୁଦ ଦୁର୍ଘଟଣା : ସ୍କ୍ରପିଓକୁ ଧକ୍କା ହୋଇ ସ୍କୁଟି ଚାଳକ ମୃତ, ଜଣଙ୍କୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ

ବାରିପଦା/ବାଙ୍ଗିରିପୋଷି (କେନ୍ୟୁଜ୍):  ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର କାତରା ନଦୀ ପୋଲ ଛକରେ ଏକ ଦ୍ରୁତଗାମୀ ସ୍କର୍ପିଓ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେବା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ଜଣଙ୍କ ହେଲେ ନିକଟସ୍ଥ ଗୋଷାଣିପାଳର ହରିହର ସେଠୀ(୫୫)। ବାଙ୍ଗିରିପୋଷି ଦୁର୍ଗାମଣ୍ଡପ ନିକଟରେ ତାଙ୍କ ଦୋକାନରୁ ଘରକୁ ଖାଇବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ଭିଆଇ ସ୍କର୍ପିଓ ଚାଳକ ପଳାଇଯାଉଥିବା ବେଳେ ସ୍ଥାନୀୟ ଲୋକେ ପିଚ୍ଛା କରି ତାକୁ ଅଟକାଇଥିଲେ। ଉତ୍ତ୍ୟକ୍ତ ଜନତା ଚାଳକକୁ ମାଡ଼ ମାରିବା ସମୟରେ ସେ କୌଶଳର ସହିତ ଖସି ପଳାଇଥିଲା। ଫଳରେ ସ୍କର୍ପିଓରେ ବସିଥିବା ମେଗା ଜଳ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥାର ଦୁଇଜଣ କର୍ମଚାରୀ ଜନତାଙ୍କ ଆକ୍ରୋଶର ଶିକାର ହୋଇଥିଲେ। ସେମାନେ ଗୁରୁତର ଆହାତ ସହିତ ସଜ୍ଞାହୀନ ହୋଇ ପଡ଼ିବା ଖବର ପାଇ ପୁଲିସ ଉଭୟଙ୍କୁ ଉଦ୍ଧାର କରି ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ। ତେବେ ଏଠାରେ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାକୁ ନେଇ ବାଙ୍ଗିରିପୋଷି ପୁଲିସ୍ ଉଭୟ ମୃତକଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଦୁର୍ଘଟଣା ଓ ଅନ୍ୟ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆକ୍ରମଣ କାରି ସମସ୍ତେ ଫେରାର ଥିବା ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.