ଦୁନିଆର ସବୁଠୁ ଉଚ୍ଚ ଓ ପତଳା ବିଲ୍ଡିଂ, ଏଠାରେ ରହୁଥବା ଲୋକଙ୍କୁ ସାହସୀ ହେବା ସହ ଧନୀ ହେବା ମଧ୍ୟ ଜରୁରି

ଅନେକ ଲୋକେ ଅଛନ୍ତି ଯେଉଁମାନେ କେତେକ କଥାକୁ ନେଇ ଡରନ୍ତି । କେହି କେହି ପାଣିକୁ କେହି କେହି ଅନ୍ଧାରକୁ ଆଉ କେହି କେହି ଉଚ୍ଚତାକୁ । ଏପରି ଲେକେ ଦେଖିଥିବେ ଯେଉଁମାନେ କି ଖୁବ କମ ଉଚ୍ଚରେ ବସିଥିଲେ ବି ତଳକୁ ଦେଖନ୍ତି ନାହିଁ । କାରଣ ସେମାନେ ଭୟ କରିଥାନ୍ତି । ତେଣୁ ସେଭଳି ଲୋକଙ୍କ ପାଇଁ ଅଧିକ ଉଚ୍ଚକୁ ଯିବା କିମ୍ବା ଅଧିକ ଉଚ୍ଚତାରେ ରହିବା ବିପଦ ବଢାଇଥାଏ । କିନ୍ତୁ ଆପଣ କଣ ଜାଣନ୍ତି କି ଦୁନିଆରେ ଏପରି ଘର ଅଛି ଯାହା ବହୁ ଉଚ୍ଚରେ ସେ ପୁଣି ସ୍ଥିର ନୁହେଁ । ମାନେ ଝୁଲିବା ଅବସ୍ଥାରେ ବି ରହିଥାଏ ।

ଦୁନିଆର ସବୁଠୁ ଉଚ୍ଚ ଅଟ୍ଟାଳିକା । ଏକ ଏଭଳି କୋଠା ଯାହା ବିଷୟରେ ଆପଣ ଶୁଣିଲେ ସେଠାକୁ ଯିବାକୁ ଭୟ କରିବେ । ଏହା ଦୁନିଆରେ ସବୁଠୁ ପତଳା ଅଟ୍ଟାଳିକା ଅଟେ । ଯାହା ପବନର ବେଗରେ ବି ଝୁଲିଯାଏ । ଏଭଳି କୋଠା ଆମେରିକାରେ ମନହଟ୍ଟନରେ ରହିଛି । କିନ୍ତୁ କଣ କେହି ଏଠାରେ ରହିବାର ସାହସ କରନ୍ତି । ଜାଣିବା ସେହି ବିଲ୍ଡିଂକୁ ନେଇ କିଛି ଅଜଣା କଥା ।

୮୪ଫ୍ଲୋରର ଏହି ବିଲ୍ଡିଂର ରେସିଓ ୨୪: ୧ । ଏହା ଦୁନିଆର ସବୁଠୁ ପତଳା କୋଠା କୁହାଯାଉଛି । ଷ୍ଟେନୱେ ଟାୱାର ନାମର ଏହି ବିଲ୍ଡିଂ ଇଞ୍ଜି଼ିନିୟରିଂର ସବୁଠୁ ଭଲ ନମୂନା ବୋଲି କୁହାଯାଉଛି । ଆମେରିକାରେ ବନ ୱାର୍ଲଡ ଟ୍ରେଡ ସେଣ୍ଟର ଓ ସେଣ୍ଟ୍ରାଲ ପାର୍କ ଟାୱାର ପରେ ଏହା ତୃତୀୟ ଉଚ୍ଚା ବିଲ୍ଡ୍‌ିଂ ଅଟେ । ଦୁନିଆର ସବୁଠୁ ଉଚ୍ଚ ଅଟ୍ଟାଳିକା ମଧ୍ୟରେ ସବୁଠୁ ପତଳା ମଧ୍ୟ । ୧,୪୨୮ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିଲ୍ଡିଂର ଚଉଡା ୬୦ଫୁଟ ଅଟେ । ଯାହା ନିଜ ମଧ୍ୟରେ ଏକ ଅଜବ ।

ଷ୍ଟେନୱେ ଟାୱାର ଆର୍କିଟେକ୍ଟରଙ୍କୁ ଆଶ୍ଚର୍ଯ୍ୟ କଲାଭଳି ବିଲ୍ଡିଂ ଅଟେ । ଏହି ବିଲ୍ଡିକୁ ଦୁନିଆର ସବୁଠୁ ମଜବୁତ କଂକ୍ରିଟରେ ବନାଯାଇଛି ବୋଲି ଦାବି ଉଠେ । ଏହାର ଇଞ୍ଜିନିୟର କିନ୍ତୁ କହନ୍ତି, କି ୧୦୦୦ଫୁଟ ଉଚ୍ଚ ଟାୱାର ୧୦୦ମିଲ ଘଣ୍ଟାର ବେଗରେ ଚାଲୁଥିବା ପବନରେ ଦୋହଲିପାରେ । କିନ୍ତୁ ଏହା ଭିତରେ ରହୁଥିବା ଲୋକେ ଏହାକୁ ଅନୁଭବ କରିପାରିବେ ନାହିଁ ।

ପତଳା ଓ ଉଚ୍ଚା ବିଲ୍ଡଂ ହଂକଂ ରେ ୧୯୭୦ ସମୟରେ ଆରମ୍ଭ ହୋଇଥିଲା । କିନ୍ତୁ ଏହା ଆମେରିକାରେ ମଧ୍ୟ ବନାଗଲାଣି । ଏହି ବିଲିଂରେ ରହୁଥିବା ଲୋକଙ୍କୁ ପୁରା ସହରକୁ ଦେଖିବାର ଏକ ସୁନ୍ଦର ନଜାରା ମିଳିଥାଏ । କିନ୍ତୁ ଏହା ଭୟଙ୍କର ଅଟେ । ଏହା ପୂର୍ବରୁ ପତଳା ବିଲ୍ଡିଂରେ ଏପରି କିଛି ସମସ୍ୟା ଦେଖାଦେଇଛି । ବିଲ୍ଡିଂରେ ଏକ ଷ୍ଟୁଡିଓ ଆପାଟମେଣ୍ଟର ବି ମୂଲ୍ୟ ୭.୭୫ମିଲିୟନ ଡଲାର ଅଟେ । ଯେତେବେଳେ କି ପେଣ୍ଟ ହାଉସର ମୂଲ୍ୟ ୬୬ ଡଲାର ମିଲିୟନ । ଅର୍ଥାତ ଏଠାରେ ରହୁଥବା ଲୋକଙ୍କୁ ସାହସୀ ହେବା ସହ ଧନୀ ହେବା ମଧ୍ୟ ଜରୁରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.