“କମ କାନ୍ଦିବେ, ସାଥିରେ ମେକଅପ ଜିନିଷ ଆଣିବେ ଆଉ ଟିକେ ପିଇକି ଆସିବେ”- ନିଜ ଅନ୍ତିମ ସଂସ୍କାର ପାଇଁ ମହିଳା ରଖିଛନ୍ତି ଅଜବ ନିୟମ….

କିଛି ଲୋକ ଏମିତି ହୋଇଥାନ୍ତିଯେ ନିଜ ମୃତ୍ୟୁ କିମ୍ବା ତା ପରର ଅବସ୍ଥା ବିଷୟରେ ବି ହସି ହସି କହିଥାନ୍ତି ।  ତାଙ୍କୁ ଟିକେ ବି ସଂକୋଚ ଲାଗିନଥାଏ କି ଖରାପ ବି ଲାଗିନଥାଏ ।  କିନ୍ତୁ ଏମିତି ଜଣେ ମହିଳାଙ୍କ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।  ଯେଉଁଥିରେ ମହିଳା ଜଣଙ୍କ ଲୋକମାନଙ୍କୁ ଅଜବ ଅଜବ ନିୟମ ବିଷୟରେ କହୁଥିବାର ନଜର ଆସିଛନ୍ତି ।  ଏହି ନିୟମ ବିଷୟରେ ଯଦି ଆପଣ ଶୁଣିବେ ତାହେଲେ ନିଶ୍ଚିତ ରୂପେ ତାଯୁବ ହୋଇଯିବେ ।  ପ୍ରକୃତରେ ମହିଳା ଜଣଙ୍କ ନିଜ ଅନ୍ତିମ ସଂସ୍କାର ନେଇ ନିୟମ ନିଜେ ପ୍ରସ୍ତୁତ କରିଛନ୍ତି ।  ଏମିତି ୯ଟି ଅଜବ ନିୟମକୁ ନେଇ ଏକ ଲିସ୍ଟ ସେ ନିଜେ ଜାରି କରିଛନ୍ତି ।  ଏହି ନିୟମ ଗୁଡିକୁ ଶୁଣି ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗିବ ସେତିକି ଅଜବ ବି ଲାଗିବ | ଗୋଟେ ପଟେ ଲୋକେ ନିଜ ମୃତ୍ୟୁକୁ ନେଇ କିଛି କହିବା ତ ଦୂରର କଥା ଏବିଷୟରେ କିଛି ବି ଚିନ୍ତା କରିବାକୁ ବି ଭୟ କରନ୍ତି | କିନ୍ତୁ ଏଥିରୁ ଏହି ମହିଳା ଜଣଙ୍କ ବ୍ୟତିକ୍ରମ ନିଶ୍ଚିତ ।  ଏକ ସମ୍ବାଦପତ୍ର ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ମହିଳା ଜଣଙ୍କ ଏକ ଟିକଟକ ଆକାଉଣ୍ଟରୁ ହିଁ ଏହି ନିୟମ ଗୁଡିକୁ ଲୋକଙ୍କ ସାମ୍ନାରେ ରଖିଛନ୍ତି ।  ସେମଧ୍ୟରୁ ଗୋଟିଏ ହେଉଛି ତାଙ୍କ ମୃତୁ ଖବର ଶୁଣି କେହି ବି ଅଧିକ କାନ୍ଦିବେ ନାହିଁ । ଖାଲି ସେତିକି ନୁହେଁ ତାଙ୍କ ମୃତ୍ୟୁ ଖବର ଶୁଣି କିଏ କେତେ କାନ୍ଦିବେ ସେନେଇ ବି ଏକ ସୀମା ସ୍ଥିର କରିଦେଇଛନ୍ତି ।  ମହିଳାଙ୍କ ଏହି ଅଜବ ଭିଡିଓକୁ ଏବେ ଯାଏଁ ୪୧ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।  ତେବେ ଆସନ୍ତୁ ଏହି ନିୟମ ଗୁଡିକ ବିଷୟରେ ଜାଣିରଖିବା:

୧. କମ କାନ୍ଦିବେ, ମେକଅପ କମ ନେବେ ଆଉ ଟିକେ ପିଇକି ଯିବେ:

୨. ମହିଳାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ମହିଳାଙ୍କ ସହ ଉଠାଇ ଥିବା କୌଣସି ନା କୌଣସି ଫଟୋ ନିଜ ସହ ରଖିବାକୁ ପଡିବ ।

୩. ଆଉ ସେ ସମୟରେ ନିଜ ସହ ଫାଉଣ୍ଡେସନ, ଲିପଗ୍ଲସ, ମସ୍କାରା ସମେତ ମେକଅପ ସାମଗ୍ରୀ ବି ରଖିବାକୁ ହେବ ।

୪. ଆଉ ତାଙ୍କ ଶବ ନିକଟରେ ଅଧିକ ଲୋକ ଉପରିସ୍ଥ ରହିବେ ନାହିଁ | କି ୨୦ ମିନିଟରୁ ଅଧିକ ସମୟ ଯାଏଁ କାନ୍ଦିବେ ନାହିଁ ।

୫. ଆଉ ସମସ୍ତେ ନିଜ ସହିତ ଚୁଇଁଗମ ଆଣିବେ | ଯଦିବା ସେ ସମୟରେ ସେ ଶୁଙ୍ଘିପାରୁ ନଥିବେ ।  ତେବେ ବି ନିଶ୍ୱାସ ନେଇ ସମସ୍ତଙ୍କୁ ତାଙ୍କ ଆଦର କରିବାକୁ ହେବ ।

୬. ଅନ୍ତିମ ସଂସ୍କାର ସମୟରେ ସମସ୍ତଙ୍କୁ ମାତ୍ର ୫ ମିନିଟ ସମୟ ଭିତରେ ନିଜ ବକ୍ତବ୍ୟ ଶେଷ କରିବାକୁ ହେବ ।

୭. ଆଉ କେହି ବି ସେ ସମୟରେ କଳା ବସ୍ତ୍ର ପିନ୍ଧି ଆସିବେ ନାହିଁ ।  ସମସ୍ତେ ବିଭିନ୍ନ ରଙ୍ଗର ଡ୍ରେସ ପିନ୍ଧି ଆସିବେ ।

୮. ଅନ୍ତିମ ସଂସ୍କାର ସମୟରେ ହାତରେ ଖିଆ ନଯାଉଥିବା ଖାଦ୍ୟ ପରଷିବାକୁ ହେବ ।  ଯେମିତିକି ଚିକେନ, ମାକ୍ରୋନୀ ଚିଜ କିମ୍ବା ଆଉ କିଛି ।  ଖାଲି ସେତିକି ନୁହେଁ ତାଙ୍କ ଶବ ନିକଟରେ ବି ଏକ ପ୍ଲେଟ ରଖାଯିବ ।

୯. ଆଉ ସେ ସମୟରେ ସମସ୍ତେ ଦୁଇ ପେଗ ମଦ ପିଇବାକୁ ବାଧ୍ୟତାମୂଳକ କରାଯାଇଛି ।  ଆଉ ଯଦି କେହି କମ ପିଅନ୍ତି ତେବେ ସେ ଘରକୁ ପଳେଇବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.