Below header

ଯାଜପୁର : କୂଳଭେଡି ଗାଁ ଧାନ କିଆରୀରୁ କଟା ମଣିଷ ମୁଣ୍ଡ ଉଦ୍ଧାର

ଯାଜପୁର ଟାଉନ(କେନ୍ୟୁଜ୍‌) : ଯାଜପୁର ଥାନା ଚିତାଳ କୂଳଭେଡି ଗାଁ ଧାନ କିଆରୀ ରୁ ଏକ କଟା ମଣିଷ ମୁଣ୍ଡ ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ମୁଣ୍ଡ ଟି କୌଣସି ଏକ ଶିଶୁ ର ବୋଲି ଅନୁମାନ କରାଯାଉଛି । ଆଜି ଅପରାହ୍ନରେ ଗ୍ରାମବାସୀ ବିଲ ରେ ଘାସ କାଟୁଥିବା ବେଳେ ଏହାକୁ ଦେଖିଥିଲେ।

ସନ୍ଧ୍ୟା ସମୟରେ ଖବର ପାଇ ଚିତାଳ ବିଟ ହାଉସ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଟା ମୁଣ୍ଡକୁ ଜବତ କରିଛି। ତେବେ ଧାନ କିଆରୀକୁ କଟା ମୁଣ୍ଡ କିପରି ଆସିଲା ତାକୁ ନେଇ ଚର୍ଚା ଜୋର ଧରିଛି। ଗତକାଲି ଅମାବାସ୍ୟା ହୋଇଥିବା ରୁ ଏହା ଏକ ବଳି ଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି। ସେପଟେ ପୋଲିସ ର ତଦନ୍ତ ପରେ ଯାହା କିଛି ସ୍ପଷ୍ଟ ଜଣାପଡିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.