ଟି-୨୦ ବିଶ୍ୱକପ୍‌ : ଭାରତର ଦମଦାର ବିଜୟ, ସ୍କଟଲାଣ୍ଡକୁ ୮ ଓ୍ଵିକଟେରେ ହରାଇଲା ଭାରତ

ଦୁବାଇ : ଦୁବାଇରେ ଟିମ ଇଣ୍ଡିଆର ଜବରଦସ୍ତ ବିଜୟ । ମାତ୍ର ୩୯ ବଲରେ ମ୍ୟାଚ୍‌ ଜିତିଲା ଭାରତ । ୮୬ ରନ୍ର ଟାର୍ଗେଟ୍କୁ ମାତ୍ର ୩୯ ବଲ୍ରେ ହାସଲ କରି ନେଲା ଭାରତ । ଫଳରେ ସେମିଫାଇନାଲରେ ପ୍ରବେଶ ଆଶା ଉଦ୍ଜୀବିତ ହୋଇଛି ।

କେଏଲ୍ ରାହୁଲ ୧୯ ବଲ୍ରେ ୫୦ ରନ୍, ରୋହିତ ଶର୍ମା ୧୬ଟି ବଲ୍ରେ ୩୦ ରନ୍ କରି ଆଉଟ୍ ହୋଇଥିଲେ । ଆଜି ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ ।

ଟିମ୍ ଇଣ୍ଡିଆର ଘାତକ ବୋଲିଂକୁ ସାମ୍ନା କରିନପାରି ୧୭.୪ ଓଭରରେ ୮୫ ରନ୍ କରି ଅଲଆଉଟ୍ ହୋଇଥିଲା ସ୍କଟଲାଣ୍ଡ । ଭାରତକୁ ଜିତିବାକ ୮୬ ରନ୍ର ଟାର୍ଗେଟ୍ ଥିଲା । ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମିଙ୍କ ଘାତକ ବୋଲିଂରେ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.