କଟକରୁ ହଟିଲା ସଟ୍‌ଡାଉନ୍‌, ସକାଳ ୫ରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ଖୋଲିବ

କଟକ(କେନ୍ୟୁଜ୍):  କଟକରୁ ହଟିଲା ସଟ୍‌ଡାଉନ୍‌ । ସପ୍ତାହେ ଧରି ଚାଲିଥିବା ସଟଡାଉନ୍‌ ହଟିଛି । କେବଳ ଦୋକାନ ଖୋଲିବା ସମୟରେ କଟକଣା ଜାରି ରହିବ । ସକାଳ ୫ରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ଖୋଲା ରହିବ ।
ଦୋକାନରେ ମାସ୍କ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । ସପିଂ ମଲ୍‌ ଗୁଡ଼ିକ କୋଭିଡ୍‌ କଟକଣା ନିୟମ ମାନି ଖୋଲିବାକୁ ଅନୁମତି ଦିଆଯାଇଛି । ୫୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ୍‌ ଖୋଲାଯାଇପାରିବ । ହୋଟେଲ ଓ ରେଷ୍ଟୁରାଷ୍ଟ ଖୋଲା ରହିବ । ଲୋକେ ଖାଇବା କେବଳ ପାର୍ସଲ ନେଇପାରିବେ । ସେହିପରି ନାଇଟ୍‌ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.