Below header

ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର(କେନ୍ୟୁଜ) : ଆଜି ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଓଏଚ୍ଆରସି ଏଡିଜିପି ଥିବା ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗର ଓସ୍ଡି ଦାୟିତ୍ୱ ଦିଆଯାଇଛି। ରେଳବାଇ ପୋଲିସ ଏବଂ କୋଷ୍ଟାଲ ସିକ୍ୟୁରିଟି ଏଡିଜି ଥିବା ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଦିଆଯାଇଛି ଓଏଚ୍ଆର୍ସିର ଏଡିଜିପି ଦାୟିତ୍ୱ ।

ଡ.ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରେଳବାଇ ପୋଲିସର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଶ୍ରୀ ଷଡଙ୍ଗୀ ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତ ଥିଲେ । ସେହିପରି ଫାୟାର ସର୍ଭିସ ଏବଂ ହୋମଗାର୍ଡ ଆଇଜିପି ହୋଇଛନ୍ତି ସଫିନ ଅହମ୍ମଦ କେ। ର୍ପୂବରୁ ସେ ଆଇଜିପି ଟେକନିକାଲ ଭାବେ ନିଯୁକ୍ତ ଥିଲେ । ସିଆଇଡି-ସିବି ର ଏସ୍‌ ପି ଥିବା ଏଲ୍. ଦିବ୍ୟା ଭିଙ୍କୁ ଢେଙ୍କାନାଳ ଏସ୍ପି କରାଯାଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.