Below header

ବ୍ୟାଙ୍କ କରେସପଣ୍ଟେଟ ହେବେ ମିଶନ ଶକ୍ତି ମା’, ୨୦ଟି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ବ୍ୟାଙ୍କ କରେସପଣ୍ଟେଟ ହେବେ ମିଶନ ଶକ୍ତି ମାଆ। ମିଶନ ଶକ୍ତି ଗୋଷ୍ଠୀର ମହିଳାମାନଙ୍କୁ ବିଭିନ୍ନ ସରକାରୀ ବିଭାଗ କାମ ଯୋଗାଇ ଦେବା ସମ୍ପର୍କରେ ୨୦ଟି ବିଭାଗର ସମୀକ୍ଷା କରିଥିଲେ ନବୀନ। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ମିଶନ ଶକ୍ତି ଗୋଷ୍ଠୀର ମହିଳାଙ୍କୁ ଅଧିକରୁ ଅଧିକ ସରକାରୀ କାମ ଦିଅ। ଆବଶ୍ୟକ ସ୍ଥଳେ ପାରିଶ୍ରମିକ ବୃଦ୍ଧି କର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସବୁ ବିଭାଗ ମିଶନ ଶକ୍ତି ଗୋଷ୍ଠୀ ମହିଳାଙ୍କୁ କାମ ଯୋଗାଇ ଦେବାକୁ ଆଗାମୀ ୩ ବର୍ଷ ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ବ୍ୟାଙ୍କ ସୁବିଧା ନଥିବା ପଞ୍ଚାୟତଗୁଡିକରେ ମିଶନ ଶକ୍ତିର ମାଆମାନଙ୍କୁ ବ୍ୟାଙ୍କ କରେସପଣ୍ଡେଣ୍ଟ ଭାବେ ନିଯୁକ୍ତି ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ଏହି କାର୍ଯ୍ୟକ୍ରମକୁ ଗେମ୍‌ ଚେଞ୍ଜର ଭାବେ ବର୍ଣ୍ଣନା କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ୬ହଜାର ୭୯୮ଟି ପଞ୍ଚାୟତ ମଧ୍ୟରେ ୪ ହଜାର ୬୪୯ ପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ। ବର୍ତ୍ତମାନ ସୁଦ୍ଧା ୧ ହଜାର ୨୬୨ ମିଶନ ଶକ୍ତି ଗୋଷ୍ଠୀର ମାଆମାନଙ୍କୁ ନିଯୁକ୍ତି ଦିଆ ସରିଛି। ୩ ହଜାର ୫୦୮ ମିଶନ ଶକ୍ତି ଗୋଷ୍ଠୀର ମହିଳଙ୍କ ଚୟନ ପ୍ରକ୍ରିୟା ଜାରି ରହିଛି। ନିଯୁକ୍ତି ପାଇଥିବା ମିଶନ ଶକ୍ତି ଗୋଷ୍ଠୀର ମାଆମାନଙ୍କୁ ତାଙ୍କ ବିଜିନେସ୍‌ରେ ସାହାଯ୍ୟ ପାଇଁ ପ୍ରାରମ୍ଭିକ ଭାବରେ ସରକାରଙ୍କ ପକ୍ଷରୁ ମାସିକ ୨ ହଜାର ଟଙ୍କା ଲେଖାଏ ଯୋଗାଇ ଦିଆଯାଉଛି।

ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାମାନଙ୍କ ସଶକ୍ତୀକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ସରକାରୀ କାମ ଯୋଗାଇ ଦେବା ଏହାର ଏକ ପ୍ରମୁଖ ମାଧ୍ୟମ। ଏହାକୁ ଦୃଷ୍ଟିରେ ରଖି ସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉ। ସବୁ ବିଭାଗଗୁଡିକ ଏହାକୁ ମହିଳା ଆର୍ଥିକ ସଶକ୍ତୀକରଣରେ ଏକ ଦିଗ ଭାବେ ଗ୍ରହଣ କରି କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା କାର୍ତ୍ତେକେୟ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ରିପୋର୍ଟ ରଖିଥିଲେ। ୧୩ଟି ବିଭାଗ ୨୦୨୦-୨୧ ଆର୍ଥିକ ବର୍ଷରେ ୧ ଲକ୍ଷ ୪ ହଜାର ୭୧୨ଟି ମିଶନ ଶକ୍ତି ଗୋଷ୍ଠୀର ମହିଳାଙ୍କୁ ୧୨ଶହ କୋଟି ଟଙ୍କାର ବିଜିନେସ୍‌ ଯୋଗାଇ ଦେଇଛନ୍ତି। ଏଥିରେ ମିଶନ ଶକ୍ତି ଗୋଷ୍ଠୀର ମହିଳା ୨୯୬ କୋଟି ଟଙ୍କା ରୋଜଗାର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନଙ୍କ ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ ବୈଠକ, ୨୦୧୯ ମେ ୨୯ ତାରିଖରେ ମିଶନ ଶକ୍ତିର ମାଆମାନଙ୍କୁ ୫ ବର୍ଷରେ ୫ ହଜାର କୋଟି ଟଙ୍କାର କାମ ଯୋଗାଇ ଦେବା ପାଇଁନିଷ୍ପତ୍ତି ହୋଇ ଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.