Below header

ଚାକିରି ଛାଡ଼ି ପୋଷା କୁକୁର ସହ ଭ୍ରମଣରେ ବାହାରିଲେ ଦମ୍ପତି, ଡଙ୍ଗାରେ କରୁଛନ୍ତି ଭ୍ରମଣ

ଦୁନିଆରେ ବହୁତ ଲୋକଙ୍କୁ ଭ୍ରମଣର ସୌକ ଥାଏ । କେହି କେହି କାମ ପ୍ରେସରରୁ ଟିକିଏ ମୁକ୍ତି ପାଇବା ପାଇଁ ବୁଲିବାକୁ ଯାଆନ୍ତି ତ କେହି କେହି ନୂଆ ଯାଗା ଦେଖିବା ପାଇଁ ଭ୍ରମଣରେ ଯାଆନ୍ତି । ତେବେ ଏମିତି କିଛି ଲୋକଙ୍କୁ ବୁଲିବାର ନିଶା ଏତେ ଯେ ନିଜର ଚାକିରି ଛାଡ଼ି ବି ବୁଲିବାକୁ ପସନ୍ଦ କରିଥାନ୍ତି । ଏମିତି ପତି-ପତ୍ନୀ ହେଲେ ଆୟରଲାଣ୍ଡର ଟେରିନ ପିକାର୍ଡ ଓ ତାଙ୍କ ପତ୍ନୀ ଲୋଗନ ।

ଦୁହେଁ ଏକ ବୋଟ ସାହାଯ୍ୟରେ ଭ୍ରମଣରେ ବାହାରିଛନ୍ତି । ସେମାନେ ବୋଟରେ ଭ୍ରମଣ କରିଥିବା ବହୁ ଲୋକଙ୍କ ଜୀବନୀ ସମ୍ପର୍କରେ ଖବର ସଂଗ୍ରହ କରିବା ପରେ ବୋଟରେ ଭ୍ରମଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପରେ ଦୁହେଁ ନିଜର ଚାକିରି ଛାଡି ଏକ ବୋଟ କିଣିଲେ । ଏବେ ଦୁହେଁ ବୋଟ ସାହାଯ୍ୟରେ ନିଜର ଭ୍ରମଣ ସୌକ ପୁରା କରୁଛନ୍ତି । ସାଙ୍ଗରେ ରଖିଛନ୍ତି ନିଜର ପୋଶା କୁକୁରକୁ ।

୨୦୧୯ ରେ ଆସିଥିଲା ବୋଟରେ ରହିବାର ଇଚ୍ଛା

୩୨ ବର୍ଷିୟା ଟେରିନ ପୂର୍ବରୁ ଜଣେ ଯୋଗ ଶିକ୍ଷକ ଭାବେ କାମ କରୁଥିଲେ । ସେ କାନଡ଼ାରେ ରହୁଥିଲେ । ୨୦୧୯ରେ ସେ ଓ ତାଙ୍କ ପତି ସ୍ଥିର କଲେ ଯେ ଘସା ପିଟା ଜୀବନରୁ ବାହାରି ଏକ ରୋମାଞ୍ଚକା ଜୀବନ ଆରମ୍ଭ କରିବେ । ତେଣୁ ସେମାନେ ଭ୍ରମଣ ପାଇଁ ଏକ ୫ ଦିନିଆ କୋର୍ସ ମଧ୍ୟ କଲେ । ତା ’ରେ ବୋଟରେ ଭ୍ରମଣ ପାଇଁ ପ୍ରସ୍ତୁତ ହୋଇଗଲେ ।

 

View this post on Instagram

 

A post shared by Taryn Pickard (@moving.into.light)

୭୪ ଲକ୍ଷ ଟଙ୍କାରେ କିଣିଲେ ବୋଟ

ଏହି ପତି-ପତ୍ନୀ ପ୍ରଥମ ବୋଟ ୨୦ ଲକ୍ଷ ଟଙ୍କାରେ କିଣିଥିଲେ । ମାତ୍ର ଏହାକୁ କିଛି ଦିନ ପରେ ବିକି ଏକ ଆରାମଦାୟକ ବୋଟ କିଣିଲେ । ଯାହାର ଲମ୍ବ ଥିଲା ୪୫ ଫୁଟ । ୨୦୨୦ରେ ଏହାକୁ ୪୮ ଲକ୍ଷ ଟଙ୍କାରେ କଣିଥିଲେ । ଖରାପ ପାଗରେ ଏହି ବୋଟରେ ଅସୁବିଧା ହେବାରୁ ସେମାନେ ନିଜ ଅନୁସାରେ ଏକ ବୋଟ ପ୍ରସ୍ତୁତ କଲେ । ଏହି ବୋଟର ଲମ୍ବ ଥିଲା ୪୦ ଫୁଟ ଓ ଏହାକୁ ୭୪ ଲକ୍ଷ ଟଙ୍କାରେ କିଣିଥିଲେ ।

ବୋଟରେ ରହିବାକୁ ଥିଲା ୨ ଟି ବେଡରୁମ୍‌

ଏବେ ଏହି ପତି-ପତ୍ନୀ ନିଜର ୧୦ ବର୍ଷର ପୋଷା କୁକୁର ସହ ମଜାରେ ଦୁନିଆ ଭ୍ରମଣ କରୁଛନ୍ତି । ବିଭିନ୍ନ ଆଇଲାଣ୍ଡ ବୁଲିବାର ମଜା ନେଉଛନ୍ତି । ଏହି ବୋଟରେ ଦୁଇଟି ବେଡ ରୁମ୍‌, କିଚେନ, ବାଥରୁମ ଓ ଆଗରେ ବୁଲିବାକୁ ବହୁତ ଯାଗା ବି ରହିଛି । ଏହି ବୋଟ ମଧ୍ୟରେ ପତି-ପତ୍ନୀ କବେ ମାଛ ଧରୁଛନ୍ତି ତ କେତେବେଳେ ପାଣି ସହ ଜଡିତ କିଛି କାର୍ଯ୍ୟକଳାପ କରୁଛନ୍ତି । ବହି ପଢ଼ିବା ସହ ଇଣ୍ଟରନେଟରେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ।

ନେଟ ଚାଲିଗଲେ ଅନ୍ୟାନ୍ୟ କାମରେ ବ୍ୟସ୍ତ ରୁହନ୍ତି । ମାସରେ ଥରେ ରାସନ ପାଇଁ ସହରକୁ ଯାଆନ୍ତି ଏହି ପତି-ପତ୍ନୀ । ବୋଟରେ ୬୦୦ ଲିଟର ପାଣି ଟାଙ୍କି ମଧ୍ୟ ରହିଛି । ଏହି ପାଣିକୁ କେବଳ ଖାଦ୍ୟ ପ୍ରସ୍ତୁତ, ଗାଧୋଇବା ଓ ପାନୀୟ ଭାବେ ବ୍ୟବହାର କରନ୍ତି । ଅନ୍ୟ ସବୁ କାମରେ ସମୁଦ୍ର ପାଣି ବ୍ୟବହାର କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.