Below header

ସ୍ୱାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ, ଟ୍ରଲର ଚାପାରେ ମହିଳାଙ୍କ ଶୋଚନୀୟ ମୃତ୍ୟୁ

ଯାଜପୁର (କେନ୍ୟୁଜ): ସ୍ୱାମୀ ଆଖି ଆଗରେ ଚାଲିଗଲା ସ୍ତ୍ରୀର ଜୀବନ। ଟ୍ରଲର ଚାପାରେ ମହିଳାଙ୍କ ଶୋଚନୀୟ ମୃତ୍ୟୁ। ୧୬ନଂ ଜାତୀୟ ରାଜପଥର ଶଙ୍ଖାରିଡିହ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ଘଟିଛି । ମୃତ ମହିଳା ହେଲେ ସ୍ଥାନୀୟ ନାକପୋଲ ଅଞ୍ଚଳର ହେମନ୍ତ ଦାସଙ୍କ ପତ୍ନୀ ଲିଲି ଦାସ। ଉଭୟ ସ୍ୱାମୀ ସ୍ତ୍ରୀ ସ୍କୁଟିରେ ବଜାରକୁ ଆସି ଘରକୁ ଫେରୁଥିବା ବେଳେ ହମ୍ପସରେ ଗାଡି ପଡିବାରୁ ଲିଲି ଭାରସାମ୍ୟ ହରାଇ ତଳକୁ ଖସିପିଡ଼ିଥିଲେ।

ଏହି ସମୟରେ ଯାଉଥିବା ଏକ ଟ୍ରଲର ଗାଡି ତାଙ୍କ ଉପରେ ମାଡିଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଟ୍ରଲର ନେଇ ଫେରାର ହୋଇଯାଇଥିଲା । ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାଙ୍କ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପରେ ପୋଲିସ ଟ୍ରଲରଟିକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.