Below header

ମମିତା ମେହେର ହତ୍ୟା ଘଟଣା: ନିଜ ପକ୍ଷ ରଖିଲେ ଦିବ୍ୟଶଙ୍କର, କହିଲେ- “ସତ୍ୟର ଜୟ ହେବ, ଯିଏ ଦୋଷୀ ନିଶ୍ଚୟ ଦଣ୍ଡ ପାଇବ”

ଭବାନୀପାଟଣାର (କେନ୍ୟୁଜ): ମତ ରଖିଲେ ମନ୍ତ୍ରୀ । ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଭବାନୀପାଟଣାର ଏକ ସଭାରେ ମତ ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସତ୍ୟର ଜୟ ହେବ, ନ୍ୟାୟ ପ୍ରତିଷ୍ଠା ହେବ । ଯିଏ ଦୋଷୀ ନିଶ୍ଚୟ ଦଣ୍ଡ ପାଇବ । ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ କେବେ ବି କୌଣସି ଦୋଷୀକୁ ଛାଡ଼ି ନାହାନ୍ତି । ଆଇନ ନିଜ ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ କହିଆସିଛନ୍ତି । ଟିକେ ବି ଦୋଷ ଥିଲେ ତାଙ୍କୁ ଛାଡ଼ି ନ ଥାନ୍ତେ ବୋଲି କହିଛନ୍ତି ଦିବ୍ୟଶଙ୍କର ମିଶ୍ର ।

ଏଥିସହ ସେ କହିଛନ୍ତି, ତାଙ୍କର ଓ ପରିବାରର ଚରିତ୍ର ବାବଦରେ ସମସ୍ତେ ଜାଣନ୍ତି । ଯେଉଁମାନେ ଆକ୍ଷେପ କରୁଛନ୍ତି ସେମାନେ ନିଜ ଚରିତ୍ର ବାବଦରେ ଚିନ୍ତା କରନ୍ତୁ । ମମିତା ପାଇଁ କ’ଣ ତାଙ୍କ ମନରେ କଷ୍ଟ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ମମିତା ମୃତ୍ୟୁକୁ ନେଇ ରାଜନୀତି ନ ହେଉ ବୋଲି ଭବାନୀପାଟଣାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକଥା କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.