Below header

ରାତିର ଭୟଙ୍କର ସ୍ବପ୍ନ ହେଲା କାଳ, ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କଲେ ପୋଲିସ ଅଧିକାରୀ

ସାଧାରଣତଃ ଲୋକମାନେ ରାତି ସମୟରେ ଦୁଃସ୍ବପ୍ନ ଦେଖିଥାନ୍ତି । ବେଳେବେଳେ ତ ଏମିତି ସ୍ଥିତି ଉପୁଜେ ଯେ ଲୋକମାନେ ଅତି ଭୟଭୀତ ହୋଇ ନିଜ ମାନସିକ ସ୍ଥିତି ହରାଇ ବସନ୍ତି । କେବେକେବେ ତ ଲୋକେ ଏତେ ଡରିଯାନ୍ତି ଯେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବି ତିଳେ ହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ । ଏମିତି ଏକ ସମାନ ଘଟଣା ତାମିଲନାଡୁର ଏକ ପୋଲିସ ଅଧିକାରୀଙ୍କ ସହ ଘଟିଛି । ଦୀର୍ଘ ଦିନ ଧରି ଏହି ଅଧିକାରୀ ଜଣକ ଅତ୍ୟନ୍ତ ଭୟଙ୍କର ସ୍ବପ୍ନ ମାନ ଦେଖି ଆସୁଥିଲେ । ଯାହା ତାଙ୍କୁ ଏତେ ବ୍ୟତିବ୍ୟସ୍ତ କରିପକାଇଥିଲା ଯେ ଶେଷରେ ନିଜ ସରକାରୀ କ୍ୱାର୍ଟରରେ ଦଉଡି଼ ଦେଇ ଆତ୍ମହତ୍ୟା କରିଛନ୍ତି ଏହି ପୋଲିସ ଅଫିସର ଜଣକ । ଘଟଣା ବାବଦରେ ପୋଲିସ ନିକଟରେ ଖବର ପହଂଚିବା ପରେ ପୋଲିସ ଘଟଣା ସମ୍ପର୍କରେ ତନାଘନା ଆରମ୍ଭ କରିଥିଲେ । ପରେ ଜଣା ପଡିଥିଲାଯେ ଘରେ କେହିନଥିବା ବେଳେ ହିଁ ସେ ଆତ୍ମହତ୍ୟା କରିଥିଲେ । ପୋଲିସ ଅଧିକାରୀ ଜଣଙ୍କର ଏପରି ଏକ ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି ।

ତାମିଲନାଡୁର କୂଡାରୋଲ ଜିଲ୍ଲାରେ ହିଁ ଏହି ଘଟଣାଟି ଘଟିଥିଲା । ମୃତ ପୋଲିସ ଜଣଙ୍କର ବୟସ ପାଖାପାଖି ୩୩ ବର୍ଷ ହୋଇଥିବା ନେଇ ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁଯାୟୀ ପ୍ରତିଦିନ ରାତିରେ ଭୁତ ସ୍ବପ୍ନ ଦେଖି ଦେଖି ତାଙ୍କ ମନରେ ଭୟ ପଶିଯାଇଥିଲା । ସେ ଯେମିତି ଏକ ପ୍ରକାର ଆବାକ ହୋଇଯାଇଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ ଅନେକ ଦିନ ହେବ ପ୍ରଭାକରନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥିଲା । ଏନେଇ ସେ ଚିକିତ୍ସିତ ବି ହେଉଥିଲେ । ବାରମ୍ବାର ଏକ ଭୟଙ୍କର ସ୍ବପ୍ନ ଦେଖି ଦେଖି ସେ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ବାରମ୍ବାର ସେ ଜଣେ ପୋଡିଯାଇଥିବା ମହିଳାଙ୍କୁ ଦେଖି ଆସୁଥିଲେ ବୋଲି କହିଛନ୍ତି । ଏନେଇ ସେଜଣେ ଜ୍ୟୋତିଷଙ୍କ ପରାମର୍ଶ ବି ନେଇଥିଲେ । ଅଫିସରୁ ୧୫  ଦିନ ଛୁଟି ନେଇ ଚିକିତ୍ସାରେ ଲାଗିପଡ଼ିଲେ । ନିଜକୁ ଏକ ପୂଜା ରୁମରେ ବନ୍ଦ କରି ରଖିଦେଇଥିଲେ । କିନ୍ତୁ ସେମିତି କିଛି ଫଳ ମିଳିନଥିଲା ।

ଦିନେ ତାଙ୍କ ସ୍ତ୍ରୀ ପିଲାମାନଙ୍କ ସହିତ ଏକ ବିବାହ ଭୋଜିରେ ଅଂଶଗ୍ରହଣ କରିବାକୁ ଯାଇଥିଲେ । ଆଉ ଏହି ସମୟର ସୁଯୋଗ ନେଇ ପ୍ରଭାକରଣ ନିଜକୁ ଫାଶୀରେ ଝୁଲାଇ ଦେଇଥିଲେ । ପରିବାର ଲୋକେ ଫେରିବା ପରେ ପ୍ରଭାକରଣଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଲେ । ପୋଲିସ ପୋଷ୍ଟମର୍ଟମ କରିବା ପରେ ଘଟଣା ବାବଦରେ ଅଧିକ ତନାଘନା ଆରମ୍ଭ କରିଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.