Below header

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଗଣଦୁଷ୍କର୍ମ ଶିକାର ହୋଇ ଗର୍ଭବତୀ ହୋଇଥିବା ପୀଡିତାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ

କଟକ (କେନ୍ୟୁଜ): ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଗଣଦୁଷ୍କର୍ମ ଶିକାର ହୋଇ ଗର୍ଭବତୀ ହୋଇଥିବା ଜଣେ ୨୦ ବର୍ଷୀୟ ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହ ସଂପୃକ୍ତ ଯୁବତୀଙ୍କର ସ୍ୱାସ୍ଥ୍ୟର ଉପଯୁକ୍ତ ଚିକିତ୍ସା ସହ ସେ କିଭଳି ଉତ୍ତମ ଚିକିତ୍ସା ପାଇ ପ୍ରସବ କରାଇବେ ସେଥିପାଇଁ କଟକ ଜିଲ୍ଲାପାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ଶୁଣାଣି କରି ବିଚାର କରୁଥିବା ଅଦାଲତ ଯାହା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେବେ ତାହା ବ୍ୟତୀତ ଏହି ୧୦ ଲକ୍ଷ ପ୍ରଦାନ କରାଯିବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନସେବା ପ୍ରାଧିକରଣ ମାଧ୍ୟମରେ ଏହି କ୍ଷତିପୂରଣ ପ୍ରଦାନ କରାଯିବ । ଗତ ଏପ୍ରିଲ ୧୪ ତାରିଖରେ କଟକ ଜିଲ୍ଲାରେ ଏହି ଗଣଦୁଷ୍କର୍ମ ଘଟଣା ଘଟିଥିଲା । ଯୁବତୀ ନିଜ ଘରକୁ ଫେରୁଥିବା ବେଳେ ଦୁବୃର୍ତ୍ତ ନିକଟସ୍ଥ ସ୍କୁଲକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ପୀଡ଼ିତା ନିଜ ବାପାଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ନିଟକସ୍ଥ ଥାନାରେ ରୁଜୁ ହୋଇଥିଲା ମାମଲା । ପୋଲିସ ଗର୍ଭ ପରୀକ୍ଷା କରାଇବା କିମ୍ବା ଆଇନସେବା ପ୍ରାଧିକରଣର ସାହାର୍ଯ୍ୟ ନେବାକୁ ପରାମର୍ଶ ଦେଇ ନଥିଲେ । କୌଣସି ଦୁଷ୍କର୍ମ ପୀଡିତା ଆସିଲେ ପୋଲିସ ପ୍ରଥମେ ଏହି ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଗର୍ଭପାତ କରାଇବାକୁ ମାମଲା ପ୍ରଥମେ ନିମ୍ନ ଅଦାଲତ ଓ ପରେ ହାଇକୋର୍ଟରେ ପହଞ୍ଚିଥିଲା । ପୀଡିତା ଜଣକ ଏବେ ୨୬ ସପ୍ତାହର ଗର୍ଭ ଧାରଣ କରିଥିବାରୁ ଗର୍ଭପାତ କଲେ ପୀଡିତାଙ୍କ ଜୀବନ ପ୍ରତି ବିପଦ ଥିବା ମେଡିକାଲ ଟିମ୍‌ ପରାମର୍ଶ ଦେଇଥିଲେ । ତେଣୁ ସୁରକ୍ଷିତ ପ୍ରସବ କରାଇବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେବକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.