Below header

ଚାଇଲ୍‌ଡ ପର୍ଣ୍ଣ ମାମଲା : ସୁରେନ୍ଦ୍ରକୁ ୩ ଦିନିଆ ଟ୍ରାନଜିଟ୍‌ ରିମାଣ୍ଡରେ ନେଲା CBI

ଭୁବନେଶ୍ୱର (କେନ୍ୟୁଜ): ଚାଇଲ୍ଡ ପର୍ଣ୍ଣ ମାମଲାରେ ଟ୍ରାନଜିଟ୍‌ ରିମାଣ୍ଡରେ ଗଲା ସୁରେନ୍ଦ୍ର ନାୟକ । ସୁରେନ୍ଦ୍ରକୁ ୩ ଦିନିଆ ଟ୍ରାନଜିଟ୍‌ ରିମାଣ୍ଡରେ ଦିଲ୍ଲୀ ନେଲା CBI । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ପରେ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା । ତେବେ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଅନଲାଇନ୍‌ରେ ଶିଶୁଙ୍କୁ ଯୌନ ଶୋଷଣ ଓ ଉତ୍ପୀଡନ ମାମଲାରେ ଢେଙ୍କାନାଳରୁ ସୁରେନ୍ଦ୍ର ନାୟକଙ୍କୁ ଗିରଫ କରିଥିଲା ସିବିଆଇ । ଶିଶୁଙ୍କ ବିରୋଧରେ ସାଇବର ଅପରାଧ ନେଇ ଅଭିଯୋଗ ପରେ ଓଡ଼ିଶା ସହ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ ଏକକାଳୀନ ରେଡ୍‌ ହୋଇଥିଲା ।

ଖବର ଅନୁସାରେ, ଗତକାଲି ଠାରୁ ଦିଲ୍ଲୀ, କୋଲକାତା ଓ ଭୁବନେଶ୍ୱରର ୫ ଜଣିଆ ସିବିଆଇ ଟିମ୍‌ ଜୁବଲୀଟାଉନର ଯଦୁପତି ନଗର କଲୋନୀ ସାହିର ସୁରେନ୍ଦ୍ରଙ୍କ ଘରେ ଅଚାନକ ଚଢଉ କରିଥିଲେ। ସେ ଆଡଲ୍ଟ ଫିଲ୍ମ ଲିଙ୍କ ପଠାଇ ବେଆଇନ ଭାବେ ଅର୍ଥ କାରବାରରେ ଲିପ୍ତ ଥିବା ଅଭିଯୋଗ ମଧ୍ୟ ରହିଛି। ଗତକାଲି ଚଢାଉ ସମୟରେ ସିବିଆଇ ଟିମ୍‌କୁ ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ସିବିଆଇ ଅଧିକାରୀଙ୍କୁ ଠେଲାପେଲା କରିଥିଲେ କିଛିଲୋକ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.