Below header

ସୁଖ ଶାନ୍ତି ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ, ଘରେ ରହିବନି ଅସୁବିଧା

ବାସ୍ତୁ ହେଉଛି ପ୍ରକୃତି ଭିତରେ ପଞ୍ଚଭୂତଙ୍କୁ ସମାନ ଅବସ୍ଥିତି ଓ ସମାନ ମାତ୍ର ରେ ଠିକ ରଖିବାର ନାମ । ଏଥିରୁ ଯଦି ଗୋଟିକରେ ଅସାମଞ୍ଜସ୍ୟ ଦେଖା ଯାଏ ତେବେ ସେଠାରେ ଅସୁବିଧା ସୃଷ୍ଟି ହୋଇଥାଏ । ପ୍ରକୃତିରୁ ସକରାତ୍ମକ ଶକ୍ତି ଗ୍ରହଣ କରିବା ପାଇଁ ବାସ୍ତୁ ଠିକ ରହିବ ଆବଶ୍ୟକ । ଯଦି ଆମ ପରିବେଶ ବା ଆମେ ରହୁଥିବା ଘରେ ବାସ୍ତୁ ଦୋଷ ରହେ ତେବେ ଘରେ ନକରାତ୍ମକ ଶକ୍ତି ଉତ୍ପନ୍ନ ହୁଏ । ଯାହାକି ଆମ ସୁଖ ସୁବିଧାରେ ବାଧା ସୃଷ୍ଟି କରିଥାଏ । ଆଜି ଆସନ୍ତୁ ଜାଣିବା କିଛି ବାସ୍ତୁ ଟିପ୍ସ ଯାହାକି ଆମକୁ ସୁଖ ସୁବିଧାରେ ରଖିବାକୁ ସାହାଯ୍ୟ କରିବା ।

ସମସ୍ତେ ଜୀବନରେ ସୁଖ ସମୃଦ୍ଧି ଓ ପରିବାରରେ ମଧୁର ସମ୍ପର୍କ ଚାହିଁଥାନ୍ତି । ହେଲେ ବେଳେ ବେଳେ ସବୁ କିଛି ଥାଇ ବି ଆମକୁ ନା ସୁଖ ମିଳେ ନା ସମୃଦ୍ଧି । ସବୁ କିଛି ଥାଇ ବି ଆମ ଭିତରେ ବହୁତ କିଛି ଅଭାବ ରହିଥାଏ । ଜୀବନରେ ସୁଖ ସମୃଦ୍ଧି ଓ ଶାନ୍ତି ଆଣିବା ପାଇଁ ଆମେ ଏମିତି କିଛି ବାସ୍ତୁ ଟିପ୍ସ ଉପରେ ଦୃଷ୍ଟି ଦେବା ନିହାତି ଜରୁରୀ । ଆଜି ଆସନ୍ତୁ ଜାଣିବା ଏମିତି କିଛି ବାସ୍ତୁ ଟିପ୍ସ ବିଷୟରେ ।

୧. ଘରର ଦ୍ୱାର ଦେଶରେ ଏକ ତୁଳସୀ ଗଛ ରଖନ୍ତୁ । ଏହା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତି ଆଣିବାକୁ ଦେବା ନାହିଁ । ତୁଳସୀ ଗଛରେ ବିଷ୍ଣୁ ବାସ କରିଥାନ୍ତି । ତୁଳସୀରେ ଔଷଧୀୟ ଗୁଣ ମଧ୍ୟ ରହିଛି । ଏହା ପରିବେଶରେ ନକରାତ୍ମକ ଶକ୍ତିକୁ ନଷ୍ଟ କରି ସକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ଏହାକୁ ପୂର୍ବ ଦିଗରେ ରଖିବା ଉଚିତ । ତୁଳସୀ ଗଛକୁ ମଧ୍ୟ ଦ୍ୱାର ଆଗରେ ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ରଖାଯିବ ଉଚିତ ।

tulsi
p.c : India TV

୨. ଘରର ମୁଖ୍ୟ ଦ୍ୱାରାରେ ଖୋଲା ଜୋତା ଷ୍ଟାଣ୍ଡ ରଖନ୍ତୁ ନାହିଁ । ଏହା କେବଳ ନକରାତ୍ମକ ଶକ୍ତିକୁ ଆମନ୍ତ୍ରଣ କରିଥାଏ । ଫଳରେ ଘରେ ଶାନ୍ତି ବାଧାପ୍ରାପ୍ତ ହୋଇଥାଏ । ଘରେ ଜୋତା ଷ୍ଟାଣ୍ଡ ରଖିବାର ପ୍ରକୃତ ସ୍ଥାନ ହେଲା ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ କୋଣ । କେବେ ବି ଜୋତା ଷ୍ଟାଣ୍ଡକୁ ପୂର୍ବ, ଉତ୍ତର କିମ୍ବା ଦକ୍ଷିଣ -ପୂର୍ବ ଦିଗରେ ରଖନ୍ତୁ ନାହିଁ ।

୩. ଘରର ଦ୍ୱାର ଓ ଝରକା ସର୍ବଦା ଦକ୍ଷିଣ ଓ ପଶ୍ଚିମ ଦିଗ ଅପେକ୍ଷା ପୂର୍ବ ଓ ଉତ୍ତର ଦିଗରେ ବଡ଼ ହେବା ଦରକାର । ଦକ୍ଷିଣ-ପଶ୍ଚିମ ଦିଗରେ ଦ୍ୱାର କେବେ ବି କରନ୍ତୁ ନାହିଁ । ଏହାଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

୪. ଘରେ ଥିବା ବଡ଼ ଏବଂ ଓଜନଦାର ଅସବାବପତ୍ର ସବୁକୁ ଦକ୍ଷିଣ ଓ ପଶ୍ଚିମ କାନ୍ଥ ପାଖରେ ରଖନ୍ତୁ । ସେହିପରି ହାଲୁକା ଓ ଛୋଟ ଅସବାବପତ୍ର ସବୁକୁ ଘରେ ଉତ୍ତର ଓ ପୂର୍ବ କାନ୍ଥ ପଟେ ରଖନ୍ତୁ ।

୫. ଘରର ମୁଖ୍ୟ ଦ୍ୱାର କେବଳ ଆପଣ କିମ୍ବା ଆପଣଙ୍କ ଅତିଥିଙ୍କୁ ପ୍ରବେଶ କରାଇ ନଥାଏ । ଏହା ଘରକୁ ଶକ୍ତି ପ୍ରବେଶର ମୁଖ୍ୟ ଉତ୍ସ ହୋଇଥାଏ । ତେଣୁ ଘରର ମୁଖ୍ୟ ଦ୍ୱାର ସର୍ବଦା ଅନ୍ୟ ଦ୍ୱାର ଅପେକ୍ଷା ସାନ ହେବ ଦରକାର ।

୬. ଉତ୍ତର-ପୂର୍ବ ଦିଗ ହେଉଛି ଘରର ଶକ୍ତି ସୃଷ୍ଟି ର ଉତ୍ସ । ତେଣୁ ଏହା ଖୋଲା ଓ ପରିସ୍କାର ହେବା ଦରକାର । ସେହିପରି ଦକ୍ଷିଣ-ପଶ୍ଚିମ ଦିଗ ହେଉଛି ଏହି ସବୁ ଶକ୍ତିକୁ ଧରି ରଖିବା ସ୍ଥାନ । ତେଣୁ ଦକ୍ଷିଣ-ପଶ୍ଚିମ ଦିଗ ସର୍ବଦା ବନ୍ଦ ରହିବ ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.