Below header

ଅପହଞ୍ଚ ଇଲାକାରରେ ପହଞ୍ଚିବ 4G ସେବା, ଯୋଡ଼ି ହେବ ୪୪ ଆକାଂକ୍ଷୀ ଜିଲ୍ଲା

ନୂଆଦିଲ୍ଲୀ : ୫ଟି ରାଜ୍ୟର ଆକାଂକ୍ଷୀ ଜିଲ୍ଲାରେ ମୋବାଇଲ ସେବା ବୃଦ୍ଧି କରାଯିବ। ସେଥିରେ ଓଡ଼ିଶା ସହ ଅଛନ୍ତି ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର। ୪୪ଟି ଜିଲ୍ଲାର ୭ ହଜାର ୨୮୭ ଗାଁ ଯେଉଁଠି ମୋବାଇଲ ସେବା ନାହିଁ, ସେଠାରେ ଯୋଗାଇ ଦିଆଯିବ ଫୋର୍‌-ଜି ସେବା। ଏଥିଲାଗି ଖର୍ଚ୍ଚ ହେବ ୬ ହଜାର ୪୬୬ କୋଟି ଟଙ୍କା। ୟୁନିଭର୍ସଲ ସର୍ଭିସ ଓବ୍ଲିଗେସନ ଫଣ୍ଡ ଜରିଆରେ ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି ।

ଏନେଇ ଆଜି କ୍ୟାବିନେଟ୍‌ ଏହାକୁ ମଂଜୁରୀ ପ୍ରଦାନ କରିଛନ୍ତି। ପ୍ରକଳ୍ପ ପାଇଁ ଚୁକ୍ତି ହେବାର ୧୮ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଡିଜିଟାଲ ଯୋଗାଯୋଗ, ଦକ୍ଷତା ବୃଦ୍ଧି, ବିକାଶ, ଇ-ଗଭର୍ଣ୍ଣାନ୍‌ସ, ବିପର୍ଯ୍ୟୟ ପରିଚାଳନା ଆଦି ଦୃଷ୍ଟିରେ ରଖି ମୋବାଇଲ ସେବା ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତି ଦ୍ୱାରା ୧୦ ଟି ଆକାଂକ୍ଷୀ ଜିଲ୍ଲାର ୩ ହଜାର ୯୩୩ ଗାଁରେ ହାଇସ୍ପିଡ୍‌ ମୋବାଇଲ ଏବଂ ଇଣ୍ଟରନେଟର ସଂଯୋଗୀକରଣ ହେବ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.