ବଳକା ବ୍ରେଡକୁ ଭୁଲରେ ବି ପକାନ୍ତୁନି, ପ୍ରସ୍ତୁତ କରି ଖାଆନ୍ତୁ ଟେଷ୍ଟି “ବ୍ରେଡ ଉପମା”

ଘରେ ବଳିଥିବା ବ୍ରେଡରେ ବି ଆପଣ ଏକ ସୁସ୍ୱାଦିଷ୍ଟ ଖାଦ୍ୟ ବନେଇ ଖାଇପାରିବେ । ଯଦି ବ୍ରେଡ ଖାଇବାକୁ ଇଛା ହେଉନି ତେବେ ଏଥିରେ କିଛି ପନିପରିବା ଦେଇ ଆପଣ ଟେଷ୍ଟି “ବ୍ରେଡ ଉପମା” ବନେଇ ପାରିବେ । ଯାହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ସୁସ୍ଥକର ବି । ଆଉ ସବୁଠୁ ଖାସ କଥା ହେଉଛି ଏହି ରେସିପିଟି ମାତ୍ର କିଛି ମିନିଟରେ ପ୍ରସ୍ତୁତ ହୋଇଯିବ । ତେବେ ଆସନ୍ତୁ ଜାଣିବା ଘରେ କେମିତି ବନେଇବେ “ବ୍ରେଡ ଉପମା” । ପ୍ରଥମେ ଲେଖିରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୧୦ଟି ବ୍ରେଡ ପିସ

ଗୋଟେ ଚାମଚ ରନ୍ଧା ତେଲ

ଗୋଟେ ଚାମଚ ସୋରିଷ

ଗୋଟେ ଚାମଚ ଜିରା

ଗୋଟେ ଚାମଚ ବିରି ଡାଲି

ଗୋଟେ ଚାମଚ ଚଣା ଡାଲି

୪ ରୁ ୫ଟି ଭ୍ରୁଶୃଙ୍ଗ ପତ୍ର

ଗୋଟେ ପିଆଜ

ଗୋଟେ ଗାଜର କଟା ଯାଇଥିବା

ଗୋଟେ ଟମାଟୋ

ଗୋଟେ ଚାମଚ ହଳଦୀ

ଗୋଟେ ଚାମଚ ଲେମ୍ବୁରାସ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବ୍ରେଡ ଗୁଡିକୁ ଛିଡାଇ ଦିଅନ୍ତୁ ।

ଏବେ ପକେଇବାକୁ ଥିବା ପନିପରିବା ଗୁଡିକୁ କାଟି ଦିଅନ୍ତୁ । ଏବେ ଏକ ପ୍ୟାନରେ ତେଲ ଦିଅନ୍ତୁ ।

ତେଲ ଗରମ ହେବା ପରେ ସେଥିରେ କିଛି ସୋରିଷ ଓ ଜିରା ଦିଅନ୍ତୁ ।

ଏଗୁଡିକ ଫୁଟି ଆସିଲେ ଏବେ ସେଥିରେ ବିରି ଡାଲି, ଚଣା ଡାଲି ଦିଅନ୍ତୁ । ଏହା ପରେ କଟାଯାଇଥିବା ପିଆଜ ଦିଅନ୍ତୁ ।

ଏବେ ସେଥିରେ ଗାଜର କଟା ଦେଇ ଛାଡି ଦିଅନ୍ତୁ । ଏବେ ଟମାଟୋ କଟା ଦିଅନ୍ତୁ ।

ଲୁଣ ଓ ହଳଦୀ ଦିଅନ୍ତୁ । ଏବେ ସେଥିରେ ବ୍ରେଡ କଟା ପକାନ୍ତୁ । କଟା ଖାଇବା ପସନ୍ଦ ଥିଲେ ଅଳ୍ପ ଟିକେ ଲେମ୍ବୁ ରସ ଦେଇଦିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.