Below header

ବିବାହ ମୁହୂର୍ତ୍ତ : ଆସନ୍ତା ୬ ମାସରେ ବିବାହ ପାଇଁ ପଡୁଛି ୪୫ ଶୁଭ ମୁହୂର୍ତ୍ତ,ଜାଣନ୍ତୁ କେବେ କ’ଣ ?

ଏହି ବର୍ଷ ଜୁଲାଇ ମାସ ୨୦ ତାରିଖ ଦେବ ଶୟନ ଏକାଦଶୀ ଠାରୁ ୧୪ ନଭେମ୍ବର ଦେବୋଥ୍ଥାନ ଏକାଦଶୀ ପର୍ଯ୍ୟନ୍ତ ବନ୍ଦ ରହିଥିବା ଶୁଭ କାର୍ଯ୍ୟ ଆରମ୍ଭ ହୋଇଛି । ଚଳିତ ବର୍ଷ ନଭେମ୍ବର ୧୫ ତାରିଖରେ ଏକାଦଶୀ ତିଥି ରହିଥିବାରୁ ଏହି ଦିନ ତୁଳସୀ ବିବାହ ଆୟୋଜନ କରାଯାଇଛି । ଫଳରେ ୪ ମାସ ଧରି ଶୁଭ କାର୍ଯ୍ୟ ପାଇଁ ଅପେକ୍ଷାର ଅନ୍ତ ଘଟିଛି ।

ଦେବୋଥ୍ଥାନ ଏକାଦଶୀ ଠାରୁ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ । ହେଲେ ହିନ୍ଦୁ ଧର୍ମରେ ଶୁଭ କାର୍ଯ୍ୟ ପାଇଁ ବିଭିନ୍ନ ଶୁଭ ମୁହୂର୍ତ୍ତର ଆବଶ୍ୟକ ପଡ଼ିଥାଏ । ଏହି ଅନୁଯାୟୀ ଶୁଭ ମୁହୂର୍ତ୍ତ ଆଧାରରେ ନଭେମ୍ବର-ଡିସେମ୍ବରରେ ମଧ୍ୟ ବିବାହ ଯୋଗ ରହିଛି । ତେବେ ଆସନ୍ତୁ ଜାଣିବା ନଭେମ୍ବର ୨୦୨୧ ରୁ ଅପ୍ରେଲ ୨୦୨୨ ଭିତରେ ମୋଟ କେତେ ବିବାହ ଯୋଗ ରହିଛି ।

ନଭେମ୍ବର ୨୦୨୧ରେ ବିବାହ ଶୁଭ ମୁହୂର୍ତ୍ତ :

ନଭେମ୍ବର ୨୦୨୧ ରେ ୧୫, ୧୬, ୨୦, ୨୧, ୨୨, ୨୮, ୨୯ ଓ ୩୦ ତାରିଖକୁ ବିବାହ ଶୁଭ ମୁହୂର୍ତ୍ତ ରହିଛି ।

ଡିସେମ୍ବର ୨୦୨୧ ରେ ବିବାହ ଶୁଭ ମୁହୂର୍ତ୍ତ :

ଡିସେମ୍ବର ୨୦୨୧ ରେ ୧, ୨, ୬, ୭, ୮, ୯, ୧୧ ଓ ୧୩ ତାରିଖକୁ ଶୁଭ ମୁହୂର୍ତ୍ତ ଥିବାରୁ ବିବାହ ଯୋଗ ରହିଛି ।

ଜାନୁଆରୀ ୨୦୨୨ ରେ ବିବାହ ଶୁଭ ମୁହୂର୍ତ୍ତ :

ଜାନୁଆରୀ ୨୦୨୨ ରେ ୨୨, ୨୩, ୨୪ ଓ ୨୫ ତାରିଖକୁ ଶୁଭ ମୁହୂର୍ତ୍ତ ଥିବାରୁ ବିବାହ ଯୋଗ ରହିଛି ।

ଫେବ୍ରୁଆରୀ ୨୦୨୨ ରେ ବିବାହ ଶୁଭ ମୁହୂର୍ତ୍ତ :

ଫେବ୍ରୁଆରୀ ୨୦୨୨ ରେ ୫, ୬, ୭, ୯, ୧୦, ୧୧, ୧୨, ୧୮, ୧୯, ୨୦ ଓ ୨୨ ତାରିଖକୁ ବିବାହ ଶୁଭ ମୁହୂର୍ତ୍ତ ରହିଛି ।

ମାର୍ଚ୍ଚ ୨୦୨୨ ରେ ବିବାହ ଶୁଭ ମୁହୂର୍ତ୍ତ :

ମାର୍ଚ୍ଚ ୨୦୨୨ ରେ ମାତ୍ର ଦୁଇଟି ବିବାହ ଯୋଗ ରହିଛି । ମାସର ୪ ଓ ୯ ତାରିଖକୁ ଶୁଭ ମୁହୂର୍ତ୍ତ ଥିବାରୁ ବିବାହ ଯୋଗ ରହିଛି ।

ଅପ୍ରେଲ ୨୦୨୨ ରେ ବିବାହ ଶୁଭ ମୁହୂର୍ତ୍ତ :

ଅପ୍ରେଲ ୨୦୨୨ ରେ ବି ଫେବ୍ରୁଆରୀ ୨୦୨୨ ଭଳି ୧୧ ଟି ବିବାହ ଯୋଗ ରହିଛି । ଯଥା ଅପ୍ରେଲ ୧୪, ୧୫, ୧୬, ୧୭, ୧୯, ୨୦, ୨୧, ୨୨, ୨୩,୨୪ ଓ ୨୭ ତାରିଖକୁ ବିବାହ ଶୁଭ ମୁହୂର୍ତ୍ତ ରହିଛି ।
ସୂଚନାନୁସାରେ ବିବାହ ପାଇଁ ଦିଆଯାଇଥିବା ଶୁଭ ଦିନରେ ଶୁଭ ମୁହୂର୍ତ୍ତ ବାହାର କରିବା ମଧ୍ୟ ବହୁତ ଆବଶ୍ୟକ ହୋଇଥାଏ । ତେଣୁ ଦିଆଯାଇଥିବା ଶୁଭ ବିବାହ ଦିନରେ ବିବାହ ପାଇଁ ଶୁଭ ଲଗ୍ନ ନିହାତି ବାହାର କରିବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.