ଆକାଂକ୍ଷୀ ଜିଲ୍ଲାକୁ 4G ସେବା ଯୋଗାଇବା ନେଇ ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ଓ ଆଇଟି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କନ୍ଧମାଳ ସାଂସଦ

ଭୁବନେଶ୍ୱର (କେନ୍ୟୁଜ୍‌) : ଆକାଂକ୍ଷୀ ଜିଲ୍ଲାକୁ 4G ସେବା ଯୋଗାଇବା ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ଓ ଆଇଟି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ସେ କହିଛନ୍ତି, କନ୍ଧମାଳ ଏକ ଅନୁନ୍ନତ ଜିଲ୍ଲା । କନ୍ଧମାଳରେ ସବୁଠାରୁ ଅଧିକ ଗାଁକୁ ମୋବାଇଲ ଯୋଗାଯୋଗ ସୁବିଧା ନ ଥିଲା ।

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ଦ୍ୱାରା କନ୍ଧମାଳବାସୀଙ୍କ ସମସ୍ୟାର ସମାଧାନ ହେବ । ଏହାଦ୍ୱାରା ବହୁଳ ଭାବେ କନ୍ଧମାଳବାସୀ ଉପକୃତ ହେବେ ବୋଲି ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.