Below header

ଆଜିଠୁ ପ୍ରଚଣ୍ଡ ତାତି: ଆଗାମୀ ୫ଦିନ ଯାଏ ନିସ୍ତାର ନାହିଁ, ସତର୍କ କଲା ପାଣିପାଗ କେନ୍ଦ୍ର

ଆଜିଠୁ ଆହୁରି ବଢ଼ିବ ତାତି । ଆଗାମୀ ୫ଦିନ ଯାଏ ତାତିରୁ ନିସ୍ତାର ନାହିଁ । ଆଗାମୀ ୨୪ ଘଣ୍ଟାରେ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି ଓ କେନ୍ଦୁଝରରେ ଉଷ୍ମ ରାତି ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର (କେନ୍ୟୁଜ): ଅସହ୍ୟ ଖରା । କଲବଲ କରୁଛି ତାତି । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସକାଳ ୯ଟାରୁ ଟାଇଁଟାଇଁ ଖରା । ଗତକାଲି ୪୧ ଡିଗ୍ରୀ ଉପରେ ରେକର୍ଡ ହୋଇଛି ୭ ସହରର ତାପମାତ୍ରା । ଆଜିଠୁ ଆହୁରି ବଢ଼ିବ ତାତି । ଆଗାମୀ ୫ଦିନ ଯାଏ ତାତିରୁ ନିସ୍ତାର ନାହିଁ । ରାଜ୍ୟକୁ ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ଓ ତତଲା ବାୟୁ ପ୍ରବାହିତ ହେଉ ଛି। ଏହା ସହ ସୂର୍ଯ୍ୟଙ୍କ କିରଣ ପ୍ରଖର ଥିବାରୁ ତାପମାତ୍ରା ବୃଦ୍ଧି ହୋଇଛି ।

ଆଗାମୀ ୨୪ ଘଣ୍ଟାରେ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି ଓ କେନ୍ଦୁଝରରେ ଉଷ୍ମ ରାତି ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଏହି ସ୍ଥାନ ମାନଙ୍କରେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିବ । ଆଗାମୀ ୩ଦିନ ଯାଏ ରାଜ୍ଯରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢିପାରେ । ଆସନ୍ତାକାଲି ଠାରୁ ଗ୍ରୀଷ୍ମ ଲହରୀ ଓ ଉଷ୍ମ ରାତି ପାଇଁ ମଧ୍ୟ ସତର୍କ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ନେଇ ଆକଳନ କରାଯାଇଛି । ଅଧିକ ଖରା ପାଇଁ ଆଇଏମଡି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ୭ତାରିଖ ପରଠାରୁ କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.