ଆଇପିଏଲରେ କେକେଆରର ବଡ଼ ବିଜୟ, ୧୦୬ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ କଲା ପରାସ୍ତ

କେକେଆରର ବଡ଼ ବିଜୟ । ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଦମଦାର ବୋଲିଂ । ଫଳରେ କୋଲକାତା ନାଇଟ୍ ରାଇଡର୍ସ ଚଳିତ ଆଇପିଏଲରେ ବଡ଼ ବିଜୟ ହାସଲ କରିଛି । ବିଶାଖାପାଟଣାରେ ଖେଳାଯାଇଥିବା ହାଇଭୋଲଟେଜ୍ ମ୍ୟାଚରେ କେକେଆର୍ ୧୦୬ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି ।

କେକେଆରର ବଡ଼ ବିଜୟ । ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଦମଦାର ବୋଲିଂ । ଫଳରେ କୋଲକାତା ନାଇଟ୍ ରାଇଡର୍ସ ଚଳିତ ଆଇପିଏଲରେ ବଡ଼ ବିଜୟ ହାସଲ କରିଛି । ବିଶାଖାପାଟଣାରେ ଖେଳାଯାଇଥିବା ହାଇଭୋଲଟେଜ୍ ମ୍ୟାଚରେ କେକେଆର୍ ୧୦୬ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ୨୭୩ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା । ଆକ୍ରମଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଦ୍ବିତୀୟ ଓଭର ଶେଷ ବେଳକୁ ଡେଭିଡ୍ ୱାର୍ଣ୍ଣର ୧୮ ଓ ପୃଥ୍ବୀ ସ’ ୧୦ ରନ କରି ଯୋଡ଼ି ଭାଙ୍ଗିଥିଲା ।  ୩୩ ରନ୍ ଭିତରେ ଦଳ ୪ ୱିକେଟ୍ ହରାଇଥିଲା ।  ଶେଷରେ ଦଳ ୧୭.୨ ଓଭରରେ ୧୬୬ ରନ୍ କରି ଅଲଆଉଟ୍ ହୋଇଥିଲା ।  ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ୍ ସର୍ବୋଚ୍ଚ ୨୭୭ ସ୍କୋର କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.