Below header

ଜୟପୁର ଏୟାରପୋର୍ଟରୁ ୯ ଲକ୍ଷ ଟଙ୍କା ଜବତ, ମାଲକାନଗିରିରୁ ଭୁବନେଶ୍ୱର ଯାଉଥିବା ବେଳେ ଧରିଲା ଫ୍ଲାଇଂ ସ୍କ୍ବାଡ୍

ନିର୍ବାଚନ ପୂର୍ବରୁ ବିମାନବନ୍ଦରରୁ ୯ ଲକ୍ଷ ଟଙ୍କା ଜବତ । ନିର୍ବାଚନ କମିନଙ୍କ ସ୍ବତନ୍ତ୍ର ଫ୍ଲାଇଂ ସ୍କ୍ବାଡ୍ ଜୟପୁର ଏୟାରପୋର୍ଟରୁ ଟଙ୍କା ଜବତ କରିଛନ୍ତି । ଏହି ଟଙ୍କା ମାଲକାନଗିରି ଖଇରପୁଟର ଏକ ଗ୍ୟାସ କମ୍ପାନୀର ବୋଲି ସୂଚନା ମିଳିଛି । ଜଣେ ବ୍ୟକ୍ତି ମାତ୍ରାଧିକ ଟଙ୍କା ନେଇ ଭୁବେନେଶ୍ବର ଯାଉଥିବାର ସୂଚନା ପାଇ ଚେକିଙ୍ଗ କରିଥିଲେ ପ୍ଲାଇଂ ସ୍କ୍ୱାର୍ଡ ।

ଜୟପୁର (କେନ୍ୟୁଜ): ନିର୍ବାଚନ ପୂର୍ବରୁ ବିମାନବନ୍ଦରରୁ ୯ ଲକ୍ଷ ଟଙ୍କା ଜବତ । ନିର୍ବାଚନ କମିନଙ୍କ ସ୍ବତନ୍ତ୍ର ଫ୍ଲାଇଂ ସ୍କ୍ବାଡ୍ ଜୟପୁର ଏୟାରପୋର୍ଟରୁ ଟଙ୍କା ଜବତ କରିଛନ୍ତି । ଏହି ଟଙ୍କା ମାଲକାନଗିରି ଖଇରପୁଟର ଏକ ଗ୍ୟାସ କମ୍ପାନୀର ବୋଲି ସୂଚନା ମିଳିଛି । ଜଣେ ବ୍ୟକ୍ତି ମାତ୍ରାଧିକ ଟଙ୍କା ନେଇ ଭୁବେନେଶ୍ବର ଯାଉଥିବାର ସୂଚନା ପାଇ ଚେକିଙ୍ଗ କରିଥିଲେ ପ୍ଲାଇଂ ସ୍କ୍ୱାର୍ଡ । ଆଉ ସମସ୍ତ ଟଙ୍କା ଜବତ କରିଥିଲେ l

ନିର୍ବାଚନ ଆଚରଣ ବିଧି ଲାଗୁ ସମୟରେ ଜଣେ ବ୍ୟକ୍ତି ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ନେଇପାରିବେନି ବୋଲି ନିୟମ ରହିଛି । ତେବେ ବ୍ୟକ୍ତି ଜଣକ ୯ ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ବ୍ୟାଗେଜ ସ୍କ୍ରିନିଂ ସମୟରେ ଟଙ୍କା ଜବତ ହୋଇଥିଲା । ତେବେ ସେ କେଉଁଠୁ ଟଙ୍କା ଆଣିଲେ ଓ କେଉଁଠିକୁ ନେଉଥିଲେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଟଙ୍କା ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.