ପ୍ରଥମ ଲିଭର ଟ୍ରାନ୍‌ସପ୍ଲାଣ୍ଟ୍‌ରେ ଇତିହାସ ରଚିଲା SCB, ସ୍ତ୍ରୀ ଦେଲେ ସ୍ବାମୀଙ୍କୁ ନୂଆ ଜୀବନ

କଟକ ଏସସିବି ମେଡିକାଲରେ ଲିଭର ଟ୍ରାନସପ୍ଲାଣ୍ଟ । ଦୀର୍ଘ ୧୧ ବର୍ଷ ପରେ ଏସସିବି ମେଡିକାଲର ଟ୍ରମା ବିଲଡିଂର ସ୍ବତନ୍ତ୍ର ମୋଡୁଲାର ଓଟିରେ ଯକୃତ ପ୍ରତିରୋପଣ ଅପରେସନ ହୋଇଛି । କଟକ ତିଗିରିଆ ଅଞ୍ଚଳର ଜଣେ ପୁରୁଷଙ୍କ ଠାରେ ତାଙ୍କର ସ୍ତ୍ରୀଙ୍କ ଠାରୁ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଛି ।

କଟକ (କେନ୍ୟୁଜ): କଟକ ଏସସିବି ମେଡିକାଲରେ ଲିଭର ଟ୍ରାନସପ୍ଲାଣ୍ଟ । ଦୀର୍ଘ ୧୧ ବର୍ଷ ପରେ ଏସସିବି ମେଡିକାଲର ଟ୍ରମା ବିଲଡିଂର ସ୍ବତନ୍ତ୍ର ମୋଡୁଲାର ଓଟିରେ ଯକୃତ ପ୍ରତିରୋପଣ ଅପରେସନ ହୋଇଛି । କଟକ ତିଗିରିଆ ଅଞ୍ଚଳର ଜଣେ ପୁରୁଷଙ୍କ ଠାରେ ତାଙ୍କର ସ୍ତ୍ରୀଙ୍କ ଠାରୁ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଛି  ।  ଏସିଆନ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି – ଏଆଇଜି ହାଇଦ୍ରାବାଦ ସହ ଏସସିବିର ଏନେଇ ଚୁକ୍ତି ହୋଇଥିଲା । ଏଆଇଜିର ଏକ ୯ ଜଣିଆ ଡାକ୍ତରୀ ଟିମ ସହ ଏସସିବି ମେଡିକାଲର ବିଶେଷଜ୍ଞ ଡାକ୍ତରମାନେ ମିଳିତଭାବେ ଏହି ପ୍ରତିରୋପଣ ଅପରେସନ କରିଛନ୍ତି ।

ଏଆଇଜି ହାଇଦ୍ରାବାଦର ନିର୍ଦେଶକ ଡାକ୍ତର ପି ବାଲଚନ୍ଦ୍ରନଙ୍କ ନେତୃତ୍ବରେ ଏକ ୯ ଜଣିଆ ଡାକ୍ତରୀ ଟିମ୍ ଆଜି ସକାଳେ ଏସସିବି ଆସି ପହଞ୍ଚିଲା ପରେ ଏହି ଟ୍ରାନସପ୍ଲାଣ୍ଟ କରାଯାଇଥିଲା । ସକାଳ ୮ ଠାରୁ ଦିନ ଚାରିଟା ପର୍ଯ୍ୟନ୍ତ ଦୀର୍ଘ ଆଠ ଘଣ୍ଟା ଧରି ଏହି ଅପରେସନ ଚାଲିଥିଲା ।  ଏବେ ଏହି ଦମ୍ପତିଙ୍କ ଅବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଏସସିବି ଅଧୀକ୍ଷକ । ପୂର୍ବରୁ ଅନେକ ରେକର୍ଡର ଅଧିକାରୀ ହୋଇଛି ଏସସିବି । ତେବେ ଆଜି ଲିଭର ପ୍ରତିରୋପଣ ଅପରେସନ ଆରମ୍ଭ ହେବା ପରେ ଏହା ଓଡିଶା ପାଇଁ ଏକ ସ୍ବତନ୍ତ୍ରତା ବୋଲି କହିଲେ ଅତୁକ୍ତି ହେବନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.