ଡରାଉଛି ସୁନା ଦର: ଏବେ ଚିନ୍ତାରେ ଗ୍ରାହକ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୪,୧୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୬୯,୮୮୦ ଟଙ୍କା ରହିଛି । ସେହିପରି ଦର ବୃଦ୍ଧି ପରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୬୪,୧୧୦ ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ୍ ସୁନା ଦର ୬୯,୮୮୦ ଟଙ୍କା ହୋଇଛି ।

ଏବେ ଆକାଶଛୁଆଁ ହେବାକୁ ଲାଗିଛି । ତାହା ସହିତ ରହିଛି ଗଢା ମଜୁରୀ(Making Charge) । ଗତ କିଛି ମାସ ଭିତରେ ସୁନାର ଦର କ୍ରମାଗତ ଭାବେ ବଢି ଚାଲିଥିବାରୁ ସୁନା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି । ଆନ୍ତର୍ଜାତୀୟ ସ୍ତରରେ ସୁନାର ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଅନୁଭୂତ ହେଉଛି । ଆଗକୁ ମଧ୍ୟ ଏହି ଦର ଚଢା ରହିବ ବୋଲି ସ୍ପଷ୍ଟ କରିଛନ୍ତି ଏକ୍ସପର୍ଟ । ଯଦି ଆପଣ ବାହାଘର ଲାଗି ସୁନା କିଣିବାକୁ ଯୋଜନା ରଖିଛନ୍ତି ତାହେଲେ ସୁନାର ମୂଲ୍ୟ ଜାଣିବା ନିହାତି ଆବଶ୍ୟକ । ତେବେ କିଣିବା ଆଗରୁ ଜାଣି ରଖନ୍ତୁ ଆଜି ବଜାରରେ ସୁନା ଦର କେତେ ରହିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୪,୧୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୬୯,୮୮୦ ଟଙ୍କା ରହିଛି । ସେହିପରି ଦର ବୃଦ୍ଧି ପରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୬୪,୧୧୦ ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ୍ ସୁନା ଦର ୬୯,୮୮୦ ଟଙ୍କା ହୋଇଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ ପରିବର୍ତ୍ତନ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୪,୧୧୦ ଟଙ୍କା ଓ ୬୯,୮୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୪,୨୯୦ ଟଙ୍କା ଓ ୭୦,୦୩୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୫,୦୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୦,୯୨୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୪,୧୧୦ ଟଙ୍କା ଓ ୬୯,୮୮୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୮୧, ୧୦୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.