ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟ, ନେଇଗଲେ ୨୭୦ ଗ୍ରାମ ସୁନା ଓ ୬କେଜି ରୁପା

ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଠାରୁ ମାତ୍ର ୫୦୦ମିଟର ଦୂରରେ ହୋଇଛି ବଡ଼ ଧରଣର ଡକାୟତି ।ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୨୭୦ ଗ୍ରାମ ସୁନା ଓ ୬କେଜି ରୁପା । ଲୁଟ୍‌ ହୋଇଥିବା ଜିନିଷର ଅନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଅଧିକ ହେବ।

ପିପିଲି (କେନ୍ୟୁଜ): ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଠାରୁ ମାତ୍ର ୫୦୦ମିଟର ଦୂରରେ ହୋଇଛି ବଡ଼ ଧରଣର ଡକାୟତି । ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୨୭୦ ଗ୍ରାମ ସୁନା ଓ ୬କେଜି ରୁପା ।  ଲୁଟ୍‌ ହୋଇଥିବା ଜିନିଷର ଅନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଅଧିକ ହେବ ।  ଏନେଇ ବ୍ୟବସାୟୀ ଜଣଙ୍କ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛ ନ୍ତି।

ସୂଚନା ଅନୁଯାୟୀ ସୁନା ବ୍ୟବସାୟୀ ପ୍ରଶାନ୍ତ ମହାପାତ୍ରଙ୍କ ଡେଲାଙ୍ଗ ବଜ଼ାରରେ ସୁନା ଦୋକାନ ରହିଛି । ସବୁ ଦିନ ପରି ଗତକାଲି ପ୍ରଶାନ୍ତ ଦୋକାନ ବନ୍ଦ କରି ସୁନା ଓ ରୁପା ଅଳଙ୍କାର ନେଇ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ୪ରୁ ୫ ଜଣ ଡକାୟତ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ପରେ ସୁନା ଓ ରୁପା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ । ଏନେଇ ପ୍ରଶାନ୍ତ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଡେଲାଙ୍ଗ ଥାନା ଅଧିକାରୀଙ୍କ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.