Below header

ଦଣ୍ଡ ଦେଲେ ଭଗବାନ! କାର୍‌ ଚୋରି କରି ନେବା ବେଳେ ଦୁର୍ଘଟଣାରେ ଚାଲିଗଲା ଚୋରର ଜୀବନ

ଚୋରକୁ ମହଙ୍ଗା ପଡ଼ିଲା ଗାଡ଼ି ଚୋରି । କାର୍‌ ଚୋରି କରି ନେବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ ।ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା- ଭାପୁର ରାସ୍ତାର ମାଣିବନ୍ଧ ଗ୍ରାମ ନିକଟରେ କାର୍‌୍‌ଟି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ବ୍ୟକ୍ତି ଜଣକର ମୃତ୍ୟୁ ଘଟିଛି ।

ନୟାଗଡ଼ (କେନ୍ୟୁଜ): ଚୋରକୁ ମହଙ୍ଗା ପଡ଼ିଲା ଗାଡ଼ି ଚୋରି । କାର୍‌ ଚୋରି କରି ନେବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ । ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ସହର ତ୍ରିନାଥଛକ ଠାରୁ ଗୁରୁବାର ରାତିରେ ଏକ ଧଳା ରଙ୍ଗର ଇଣ୍ଡିଗୋ କାର୍‌କୁ ଚୋରି କରି ନେଇଥିଲା ଜଣେ ଦୁର୍ବୃତ୍ତ । ତେବେ ଖଣ୍ଡପଡ଼ା- ଭାପୁର ରାସ୍ତାର ମାଣିବନ୍ଧ ଗ୍ରାମ ନିକଟରେ କାର୍‌୍‌ଟି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ବ୍ୟକ୍ତି ଜଣକର ମୃତ୍ୟୁ ଘଟିଛି । ଖବର ପାଇ ଫତେଗଡ ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଇଣ୍ଡିଗୋ ଗାଡ଼ିକୁ ଜବତ କରିବା ସହ ଗାଡ଼ି ଭିତରୁ ମୃତଦେହକୁ ଉଦ୍ଧାର କରିଥିଲା । ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ଯବଚ୍ଛେଦ ପାଇଁ ପଠାଇ ଥିଲେ । ବ୍ୟକ୍ତି ଜଣକ ହେଉଛନ୍ତି ବୋଲଗଡ଼ ଥାନା ଅଧୀନ ଖାରଡ଼ପଲ୍ଲୀ ଗ୍ରାମର ବ୍ରଜବନ୍ଧୁ ନାୟକ ।

ସୂଚନା ଅନୁସାରେ ଖଣ୍ଡପଡ଼ା ତ୍ରିନାଥ ଛକର ବାସିନ୍ଦା ଶରତ କୁମାର ଷଡ଼ଙ୍ଗୀ ସବୁଦିନ ପରି ତାଙ୍କ ଇଣ୍ଡିଗୋ କାରଟିକୁ ଘର ସାମ୍ନାରେ ରଖିଥିଲେ । ରାତି ପ୍ରାୟ ୨ଟା ସମୟରେ ଶରତଙ୍କ ପୁଅ ଜ୍ଞାନ ଉଠି ଦେଖିଲା ବେଳକୁ କାର୍‌ଟି ନଥିବା ଦେଖିଥିଲେ । ସାହି ପଡିଶା ସମସ୍ତଙ୍କୁ ଜଣାଇବା ସହିତ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରି ପାଇ ନଥିଲେ । ପରେ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ନିଜ କାର୍‌୍‌କୁ ଚିହ୍ନିଥିଲେ । ପୋଲିସ୍‌ ତଦନ୍ତ ଅନୁସାରେ ଚୋର ସହ ଅନ୍ୟ କୌଣସି ସହଯୋଗୀ ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.