ଆପାର୍ଟମେଣ୍ଟରେ ରହି ଡଷ୍ଟବିନରୁ ଖାଉଛନ୍ତି

କୃପଣତାର ସବୁ ସୀମା କଲେ ପାର୍, ଆପାର୍ଟମେଣ୍ଟରେ ରହିଲେ ବି ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛନ୍ତି , କାରଣ ପଚାରିଲେ କହୁଛନ୍ତି ଅଜବ କଥା

କୃପଣ ହେବାର ବି ଗୋଟେ ସୀମା ଥାଏ । ସୀମା ପାର ହେଲେ ଯିଏ ନାହିଁ ସିଏ କହିବ। ଆପାର୍ଟମେଣ୍ଟରେ ରହି ଯଦି ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଇବେ ତେବେ ଏକଥା କୁ ଆପଣ କଣ କେହି ବି ସହଜ ରେ ହଜମ କରିବେ ନାହିଁ। ଏ ଖବର ଟି ଠିକ ସେହିଭଳି ରହିଛ। ଏ ବୟଳକଟି ଜଣକ ଆଲିସାନ୍ ଆପାର୍ଟମେଣ୍ଟରେ ରହୁଛନ୍ତି । କିନ୍ତୁ ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛନ୍ତି । ଏହାର କାରଣ ପଚାରିବାରୁ ଉତ୍ତର ଏଭଳି ଦେଇଛନ୍ତି ଯିଏ ଶୁଣିବ ମୁଣ୍ଡରେ ହାତ ଦେବ। ଖାସ କରି ଯିଏ ଯାହା ପାଖରେ ରହିବ ଖାଇବା ପାଇଁ କିଛି ସୁବିଧା ନଥଏ ସେମାନେ ଏହି ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଆନ୍ତି । ଏଭଳି ଦୃଶ୍ୟ ଆମେ ଅନେକ ସମୟରେ ମଧ୍ୟ ଦେଖିଚୁ । କିନ୍ତୁ ଜଣେ ,ଆପାର୍ଟମେଣ୍ଟ ରେ ରହି ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଇଲେ ଯିଏ ନାହିଁ ସିଏ ପଚାରିବା । ଏଭଳି କିଛି ଉତ୍ତର ତାଙ୍କ ମୁହଁରୁ ଶୁଣିବାକୁ ମିଳିଛି ..ସମାଜରେ କିଛି ଲୋକ ଆଜି ବି ଟଙ୍କା ଖର୍ଚ୍ଚ କରୁଥିବାବେଳେ କିଛି କଞ୍ଜୁସ୍ ବା କୃପଣ ଅଛନ୍ତି । ଟଙ୍କାଟିଏ ଖର୍ଚ୍ଚ କରିବାକୁ ବି ତାଙ୍କର ଇଚ୍ଛା ନଥିଏ । ହେଲେ ଏ ବ୍ୟକ୍ତି ଙ୍କ କ୍ଷେତ୍ର ରେ ସବୁ ସୀମା ପାର ହୋଇଛି। କାଲିଫର୍ଣ୍ଣିଆରେ ଏପରି ଜଣେ ଲୋକଙ୍କୁ ନେଇ ଚର୍ଚ୍ଚା ହେଉଛି , ଯିଏ କୃପଣତାର ସବୁ ସୀମା ପାର୍ କରିଛନ୍ତି ।

ଏ ବ୍ୟକ୍ତି ଜଣକ ଏତେ କୃପଣ ଯେ, ଆପାର୍ଟମେଣ୍ଟରେ ରହୁଛନ୍ତି ହେଲେ ବୁଲି ବୁଲି ସହରର ସବୁ ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛନ୍ତି । ତାଙ୍କୁ କିଏ କଣ କହୁଛି କିଛି ଶୁଣିବାର ନାହିଁ । ଇଚ୍ଛା ତାଙ୍କର କିପରି ଟଙ୍କା ସଞ୍ଚୟ କରିବେ , ତେଣୁ ଲାଗିପଡିଛନ୍ତି ଏହି କାମ ରେ । ବ୍ୟକ୍ତି ଜଣକ ଦକ୍ଷିଣ କାଲିଫର୍ଣ୍ଣିଆ ସହରର ରନ୍ ମେସ୍ତ୍ରୀ ।

ରନ୍ ମେସ୍ତ୍ରୀଙ୍କ କହିବା କଥା, ଖାଇବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ଖର୍ଚ୍ଚ କରିବା ପୁରା ବୋକାମୀ । ଆଉ ଖାଇବାରେ ବି ଯଦି ପଇସା ବଞ୍ଚିଯାଉଛି ତାହେଲେ ଆହୁରି ଭଲ କଥା । ତେଣୁ ସେ ସକାଳ ହେଲେ ସଫେଇ କର୍ମଚାରୀ ଡଷ୍ଟବିନ୍ ସଫା କରିବା ଆଗରୁ ସହରର ସବୁ ଡଷ୍ଟବିନ୍ ଖୋଜିବା ଆରମ୍ଭ କରିଦିଅନ୍ତି । ଆଉ ଖାଦ୍ୟ ଗୋଟାଇବାରେ ଲାଗିପଡିଛନ୍ତି। ଏଥିରେ ଲୋକେ ଯେଉଁ ବଳକା ଖାଦ୍ୟ ଫୋପାଡିଥାନ୍ତି ସେସବୁକୁ ଏକାଠି କରି ଘରକୁ ଫେରନ୍ତି । ଏଥିରେ ତାଙ୍କର ଜଳଖିଆ, ଲଞ୍ଚ ହୋଇଯାଏ । ପୁଣି ଥରେ ସନ୍ଧ୍ୟା ସମୟରେ ଯାଇ ରାତି ପାଇଁ ଖାଦ୍ୟ ଯୋଗାଡ କରନ୍ତି । ରନ୍ ମେସ୍ତ୍ରୀଙ୍କ କହିବା କଥା ସେ ବହୁତ କଷ୍ଟରେ ଟଙ୍କା ଜମା କରି ଆପାର୍ଟମେଣ୍ଟ କିଣିଛନ୍ତି । ଆଉ କୌଣସିଥିରେ ଅର୍ଥ ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.