କଣ ପାଇଁ ଅଧିକ ଦର ହୋଇଥାଏ ବାସୁମତି ଚାଉଳ? ଜାଣନ୍ତୁ ଏହାର କାରଣ

ବାସୁମତି ଚାଉଳରେ ଏମିତି କଣ ଅଛି ଯାହା ପାଇଁ ଲୋକମାନେ ଏହି ଚାଉଳକୁ ପସନ୍ଦ କରନ୍ତି । ବାସୁମତି ଚାଉଳ ଦେଖିବାକୁ ସାଇଜ ଅନ୍ୟ ଚାଉଳ ଅପେକ୍ଷା ଲମ୍ବା ହୋଇଥାଏ । ଚାଉଳ ସାଇଜ ୮ ମି.ମି ହୋଇଥାଏ । ତେବେ ଏହି ଚାଉଳ ରନ୍ଧାହେବା ପରେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଇଥାଏ । ଏଥିପାଇଁ ଏହି ଚାଉଳ ବଜାରରେ ବହୁତ ଦର ହୋଇଥାଏ ।

ଅନେକ ପ୍ରକାର ଚାଉଳ ଅଛି ହେଲେ ଲୋକ ବାସୁମତି ଚାଉଳକୁ ଅଧିକ ପସନ୍ଦ କରନ୍ତି । ଅନ୍ୟ ଚାଉଳ ଅପେକ୍ଷା ବାସୁମତି ଚାଉଳର ଦର ବଜାରରେ ଟିକେ ଅଧିକ ରହିଥାଏ । ତଥାପି ଲୋକମାନେ ଏହାକୁ କିଣି ଖାଇବା ପାଇଁ ଭଲ ପାଆନ୍ତି ।

ତେବେ ଜାଣନ୍ତୁ ବାସୁମତି ଚାଉଳରେ ଏମିତି କଣ ଅଛି ଯାହା ପାଇଁ ଲୋକମାନେ ଏହି ଚାଉଳକୁ ପସନ୍ଦ କରନ୍ତି?

 

-ବାସୁମତି ଚାଉଳ ଦେଖିବାକୁ ସାଇଜ  ଲମ୍ବା ହୋଇଥାଏ ।

-ଏହି ଚାଉଳ ସାଇଜ ୮ ମି.ମି ହୋଇଥାଏ ।

-ଏହି ଚାଉଳ ରନ୍ଧାହେବା ପରେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଇଥାଏ ।

-ଏଥିପାଇଁ ଏହି ଚାଉଳ ବଜାରରେ ବହୁତ ଦର ହୋଇଥାଏ ।

-ବସୁମତି ଚାଉଳ ବହୁତ ସମୟ ଯାଏ ସଂରକ୍ଷଣ କରି ରଖି ହୋଇଥାଏ ।

– ବହୁତ ସମୟ ସଂରକ୍ଷଣ ହେବା ଦ୍ୱାରା ଏହାର ଗଠନ ଠିକ ଭାବେ ହୋଇଥାଏ ।

– ଏହି ଚାଉଳ ଦେଖିବା ପାଇଁ ଯେତିକି ସୁନ୍ଦର ଖାଇବାକୁ ବି ସେତିକି ସୁଆଦିଆ ଲାଗିଥାଏ ।

-ବାସୁମତି ଚାଉଳ ୧୮ ରୁ ୨୪ ମାସ ପର୍ଯ୍ୟନ୍ତ ରହିପାରେ ।

-ବାସୁମତି ଚାଉଳରେ ବୈଜ୍ଞନିକ ତତ୍ତ୍ୱ ରହିଛି । ଯାହା ଏହାକୁ ଖାସ କରିଥାଏ ।

-ବାସୁମତିରେ ଆକ୍ଟିଲ୍ ଇ ପିରୋଲାଇନ(Actyl E Pyroline) ନାମକ କମ୍ପାଉଣ୍ଡ ରହିଥାଏ ।

-ଏଥିରେ କ୍ୟାଲୋରୀ କମ ରହିଥାଏ ।

-ଏହି ଚାଉଳ ଖାଇବା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ ।

କେମିତି ଚାଷ କରାଯାଏ ଏହି ବାସୁମତି ଚାଉଳକୁ:

-ବାସୁମତି ଚାଉଳ ଚାଷ କରିବା ଅନେକ କଷ୍ଟକର ହୋଇଥାଏ ।

-ଏହା ବିଲରେ ବୁଣା ହେବା ପରେ ୧୪୦ ଦିନ ପରେ ଏହାର ଗଛ ଉଠିଥାଏ ।

-ଏହି ଚାଉଳ ଏକ ଏକରରେ ୧୨.୬ କଣ୍ଟିଲ ଧାନ ଚାଷ ହୋଇଥାଏ

-ଏଥିପାଇଁ ଏହାର ମୂଲ୍ୟ ଅଧିକ ହୋଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.