ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରକ ଧକ୍କାରେ ବାପା ଆଗରେ ଚାଲିଗଲା ଝିଅର ଜୀବନ

ସମ୍ବଲପୁର ରେମେଡ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ମାଲବୋଝେଇ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣକ ସମ୍ବଲପୁରର ଏକ ଘରୋଇ କଲେଜରେ ପାଠ ପଢୁଥିଲେ ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ରେମେଡ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ମାଲବୋଝେଇ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣକ ସମ୍ବଲପୁରର ଏକ ଘରୋଇ କଲେଜରେ ପାଠ ପଢୁଥିଲେ ।

ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କ କଲେଜକୁ ଘରକୁ ଆସୁଥିଲେ । ନିଜ ବାପା ସାଙ୍ଗରେ ବାଇକ ଯୋଗେ ଫେରୁଥିବାବେଳେ ଟ୍ରକଟି ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମୃତ ଛାତ୍ରୀ ଜଣକ ହେଲେ ସିତୁସ୍ମିତା ପଧାନ । ସେପଟେ ଦୁର୍ଘଟଣାରେ ମୃତ ଛାତ୍ରୀଙ୍କ ବାପା ସାମାନ୍ୟ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.