Below header

ଏସୀୟ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଲେ ଓଡ଼ିଆ ଝିଅ ଜ୍ୟୋତ୍ସ୍ନା ସବର

ଉତ୍ତରପ୍ରଦେଶ‌ର ଗ୍ରେଟର୍‌ ନୋଏଡ଼ାରେ ଚାଲିଥିବା ଏସୀୟ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ୪୦ କିଲୋଗ୍ରାମ ଓଜନ୍ ବର୍ଗରେ ଜ୍ୟୋତ୍ସ୍ନା ସ୍ନାଚ୍‌ରେ ୫୫ କିଲୋଗ୍ରାମ, କ୍ଲିନ୍ ଆଣ୍ଡ୍ ଜର୍କରେ ୬୪ କିଲୋଗ୍ରାମ ସହ ମୋଟ ୧୧୯ କିଲୋଗ୍ରାମ ଉତ୍ତୋଳନ କରି ତୃତୀୟ ସ୍ଥାନରେ ରହିଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ଏସୀୟ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି ଓଡ଼ିଆ ଝିଅ ଜ୍ୟୋତ୍ସ୍ନା ସବର। ଉତ୍ତରପ୍ରଦେଶ‌ର ଗ୍ରେଟର୍‌ ନୋଏଡ଼ାରେ ଚାଲିଥିବା ଭାରୋତ୍ତୋଳନ ପ୍ରତିଯୋଗିତାରେ ୪୦ କିଲୋଗ୍ରାମ ଓଜନ୍ ବର୍ଗରେ ଜ୍ୟୋତ୍ସ୍ନା ସ୍ନାଚ୍‌ରେ ୫୫ କିଲୋଗ୍ରାମ, କ୍ଲିନ୍ ଆଣ୍ଡ୍ ଜର୍କରେ ୬୪ କିଲୋଗ୍ରାମ ସହ ମୋଟ ୧୧୯ କିଲୋଗ୍ରାମ ଉତ୍ତୋଳନ କରି ତୃତୀୟ ସ୍ଥାନରେ ରହିଥିଲେ।

ଗତ ମାର୍ଚ୍ଚ ମାସରେ ଜ୍ୟୋତ୍ସ୍ନା ବିଶ୍ୱ ଯୁବ ଭାରୋତ୍ତୋଳନରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିବାବେଳେ ଚଳିତ ମାସ ପ୍ରାରମ୍ଭରେ ମଧ୍ୟ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରୁ ୩ ସ୍ଵର୍ଣ୍ଣ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.