ଭୀଷଣ ବର୍ଷା ଯୋଗୁ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି, ହେଲିକପ୍ଟର ଦ୍ୱାରା ଚାଲିଛି ଉଦ୍ଧାର

ତେଲେଙ୍ଗାନାରେ ଭୀଷଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଯାହାଫଳରେ ରାସ୍ତା ଭାଙ୍ଗି ଗାଁ ଜଳମଗ୍ନ ହୋଇଛି । ଏଭଳି ପରିସ୍ଥିତିରେ ଏଠାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହା ଛଡା ଲୋକଙ୍କ ଘର ଭିତରେ ପାଣି ପଶିବା ସହିତ ଗାଡିମଟର ମଧ୍ୟ ଭାସି ଯାଇଛି । ଯାହାର ଭିଡିଓ ବନାଇ ସହାୟତାର ସାହାର୍ଯ୍ୟ ମାଗିଛନ୍ତି କିଛି ଲୋକ ।

ତେଲେଙ୍ଗାନା: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ହେଲେ ବିଗତ କିଛି ଦିନ ହେବ ତେଲେଙ୍ଗାନାରେ ଭୀଷଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଯାହାଫଳରେ ରାସ୍ତା ଭାଙ୍ଗି ଗାଁ ଜଳମଗ୍ନ ହୋଇଛି । ଏଭଳି ପରିସ୍ଥିତିରେ ଏଠାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହା ଛଡା ଲୋକଙ୍କ ଘର ଭିତରେ ପାଣି ପଶିବା ସହିତ ଗାଡିମଟର ମଧ୍ୟ ଭାସି ଯାଇଛି । ଯାହାର ଭିଡିଓ ବନାଇ ସହାୟତାର ସାହାର୍ଯ୍ୟ ମାଗିଛନ୍ତି କିଛି ଲୋକ ।

ଏପଟେ  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ନିର୍ଦ୍ଦେଶ କ୍ରମେ ବନ୍ୟା ପରିସ୍ଥିତିରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ NDRF,SDRF , ପୋଲିସ ଓ ଅଗ୍ନି ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାସହ ଜଳମଗ୍ନ ସ୍ଥାନରୁ ଲୋକମାନଙ୍କୁ ହେଲିକପ୍ଟର ସାହାୟତାରେ ଉଦ୍ଧାର କରାଯାଉଛି।

ଅପରପକ୍ଷେ, ଗୋଦାବରୀ ନଦୀରେ ଜଳସ୍ତର ବଢିବା ଯୋଗୁ କେତେକ ଜିଲ୍ଲା ଜଳମଗ୍ନ ହୋଇଯାଇଛି । ତେଲେଙ୍ଗାନାର ଭୁପଲପଲ୍ଲୀ ଜିଲ୍ଲା ବର୍ଷା ଓ ବନ୍ୟା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ସେହି ଜିଲ୍ଲାର କେତେକ ଗାଁ ସମ୍ପୂର୍ଣ୍ଣ ଭାବେ ବୁଡି ଯାଇଛି । ଘରେ ପାଣି ପଶିବା ଯୋଗୁ ଲୋକମାନେ ଘରର ଛାତରେ ରହି ସାହାର୍ଯ୍ୟ ମାଗୁଛନ୍ତି । ଏହି ପରିସ୍ଥିରେ ସେଠାକାର ଲୋକଙ୍କ ପାଇଁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.