Below header

ପୋଷ୍ଟାଲ ଷ୍ଟାମ୍ପ ଓ ପୋଷ୍ଟାଲ କଭର ସଂଗ୍ରହ କରିବାର ନିଆରା ନିଶା, ୧୯୭୦ ମସିହାରୁ ସଂଗ୍ରହ କରୁଛନ୍ତି ଏହି ଷ୍ଟାମ୍ପ ଓ କଭର

ଆଜିର ସମସୟରେ ଏ ସବୁ ଜିନିଷ ଧିରେ ଧିରେ ହଜିବାକୁ ବସିଥିବାବେଳେ ଜଣେ ବୃଦ୍ଧ ବ୍ୟକ୍ତି ଏସବୁକୁ ଅତି ଯତ୍ନର ସହ ସମ୍ଭାଳି ରଖିଛନ୍ତି । ଅନ୍ୟମାନଙ୍କ ପାଇଁ ଅଲୋଡ଼ା ହୋଇ ପଡ଼ିଥିବା ଷ୍ଟାମ୍ପ ଓ ପୋଷ୍ଟାଲ କଭରକୁ ସେ ଯେଉଁଭଳି ସମ୍ଭାଳି ରଖିଛନ୍ତି ତାହା ସମସ୍ତଙ୍କ ମନକୁ ଛୁଇଁଛି ।

ଅବସର ପରେ ମଧ୍ୟ ସଂଗ୍ରହ କରି ରଖିଛନ୍ତି ପୋଷ୍ଟାଲ ଷ୍ଟାମ୍ପ ଓ ପୋଷ୍ଟାଲ କଭର । ଆଜିର ସମସୟରେ ଏ ସବୁ ଜିନିଷ ଧିରେ ଧିରେ ହଜିବାକୁ ବସିଥିବାବେଳେ ଜଣେ ବୃଦ୍ଧ ବ୍ୟକ୍ତି ଏସବୁକୁ ଅତି ଯତ୍ନର ସହ ସମ୍ଭାଳି ରଖିଛନ୍ତି । ଅନ୍ୟମାନଙ୍କ ପାଇଁ ଅଲୋଡ଼ା ହୋଇ ପଡ଼ିଥିବା ଷ୍ଟାମ୍ପ ଓ ପୋଷ୍ଟାଲ କଭରକୁ ସେ ଯେଉଁଭଳି ସମ୍ଭାଳି ରଖିଛନ୍ତି ତାହା ସମସ୍ତଙ୍କ ମନକୁ ଛୁଇଁଛି ।

କେନ୍ଦ୍ରାପଡ଼ା ସାନ ମଙ୍ଗଳା ଗାଁର ହରିପଦ ପଣ୍ଡା। ବୟସ ତାଙ୍କୁ ୭୬ ବର୍ଷ ହେବ । ବୟସର ଅପରାହ୍ନରେ ବି ତାଙ୍କ ନିଆରା ନିଶା ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିଛି । କଟକରେ ଆୟୋଜିତ ଏକ ପ୍ରଦର୍ଶନୀରେ ହରିପଦଙ୍କ ସଂଗୃହିତ ପୋଷ୍ଟାଲ ଷ୍ଟାମ୍ପ ଓ ପୋଷ୍ଟାଲ କଭର ପ୍ରଦର୍ଶିତ ହେଉଛି । ସେ ଜଣେ ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ । ୧୯୭୦ ମସିହାରୁ ସଂଗ୍ରହ କରୁଛନ୍ତି ଏହି ଷ୍ଟାମ୍ପ ଓ କଭର । ସେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ପୋଷ୍ଟାଲ ଷ୍ଟାମ୍ପ ଓ ପୋଷ୍ଟାଲ କଭର ସଂଗ୍ରହ କରି ରଖିଛନ୍ତି । ବୟସ ବଢ଼ିବା ସହିତ ସାଇତି ରଖିବାର କଳା ମଧ୍ୟ ତାଙ୍କୁ ବେଶ ଜଣା । ତାଙ୍କ ସଂଗୃହିତ ପୋଷ୍ଟାଲ ଷ୍ଟାମ୍ପ ଓ ପୋଷ୍ଟାଲ କଭର ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଶିକ୍ଷଣୀୟ ବାର୍ତ୍ତା ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.