ମନ୍ତ୍ରୀମଣ୍ଡଳ ଧରି ଅଯୋଧ୍ୟାରେ ପହଞ୍ଚିଲେ ଯୋଗୀ, ରାମଲାଲାଙ୍କୁ କଲେ ଦର୍ଶନ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାୟକ ଓ ମନ୍ତ୍ରୀମାନଙ୍କ ସହ ରାମଲାଲାଙ୍କ ଦର୍ଶନ କରିବାକୁ ପହଞ୍ଚିଛନ୍ତି । ଯୋଗୀଙ୍କ ସହିତ ଆରଏଲଡିର ୯ ବିଧାୟକ, ନିଷାଦ ପାର୍ଟିର ୧୧ ବିଧାୟକ, ସୁଭାସପାର ୬ ବିଧାୟକ ଏବଂ ଅନ୍ୟ ୬ ବିଧାୟକ ଯାଇଥିଲେ । ଏଥିରେ ୟୁପି କଂଗ୍ରେସର ବିଧାୟକ ମଧ୍ୟ ରହିଥିଲେ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାୟକ ଓ ମନ୍ତ୍ରୀମାନଙ୍କ ସହ ରାମଲାଲାଙ୍କ ଦର୍ଶନ କରିବାକୁ ପହଞ୍ଚିଛନ୍ତି । ସକାଳ ୯ଟାରେ ଲକ୍ଷ୍ନୌର ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କ ସହିତ ଅଯୋଧ୍ୟା ବାହାରିଛନ୍ତି । ଅଯୋଧ୍ୟାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ସମସ୍ତେ ଏକାଠି ରାମଲାଲାଙ୍କ ଦର୍ଶନ କରିଥିଲେ । ବିଧାନସଭା ବାଚସ୍ପତି ସତୀଶ ମହାନ ଏବଂ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟଙ୍କ ସହିତ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଏବଂ କୁଣ୍ଡା ବିଧାୟକ ରାଜ ଭାୟା ବସ୍‌ ଯୋଗେ ଅଯୋଧ୍ୟାରେ ପହଞ୍ଚିଥିଲେ ।

ସିଏମ ଯୋଗୀ ହେଲିକପ୍ଟର ଯୋଗେ ଅଯୋଧ୍ୟାରେ ପହଞ୍ଚିଥିଲେ ଏବଂ ପରେ ବିଧାୟକଙ୍କ ସହ ରାମଲାଲାର ଦର୍ଶନ କରିଥିଲେ । କିନ୍ତୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖି ବିଧାୟକମାନଙ୍କୁ ହନୁମାନଗରୀକୁ ନେବା ଯୋଜନା ବାତିଲ କରାଯାଇଥିଲା । ଯୋଗୀଙ୍କ ସହିତ ଆରଏଲଡିର ୯ ବିଧାୟକ, ନିଷାଦ ପାର୍ଟିର ୧୧ ବିଧାୟକ, ସୁଭାସପାର ୬ ବିଧାୟକ ଏବଂ ଅନ୍ୟ ୬ ବିଧାୟକ ଯାଇଥିଲେ । ଏଥିରେ ୟୁପି କଂଗ୍ରେସର ବିଧାୟକ ମଧ୍ୟ ରହିଥିଲେ ।

ବିଧାୟକ ଏବଂ ମନ୍ତ୍ରୀ ଆସିଥିବା ବସରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା । ବସ୍‌ରେ ରାମଧୁନ ଲାଗିଥିଲା ଏହାସହିତ ଫୁଲରେ ସଜାଯାଇଥିଲା । ଖାଦ୍ୟ ଏବଂ ପାନୀୟ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଏହା ବ୍ୟତୀତ ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ସ୍ମୃତି ପାଇଁ ଏକ ବ୍ୟାଗ ଦିଆଯାଇଥିଲା ଯେଉଁଥିରେ ଏକ ଡାଏରୀ, କ୍ୟାଲେଣ୍ଡର ଏବଂ କଲମ ରହିଥିଲା ।

ଦର୍ଶନ କରିବା ପରେ ବାଚସ୍ପତି ସତୀଶ ମହାନ କହିଛନ୍ତି, ମୁଁ ବହୁତ ଭାବୁକ ରହିଛି । ମୁଁ ପ୍ରଥମେ ଏହି ସ୍ଥାନକୁ ଆସିଥିବା ବେଳେ କେବଳ ଗୋଟିଏ ଢାଞ୍ଚା ଥିଲା, ୬ ଡିସେମ୍ବରରେ ଆମ ସାମ୍ନାରେ ଭାଙ୍ଗିଗଲା । ୧୯୯୦ରେ ଗୁଳି ଚାଲିଥିଲା । ଆଜି ସୌଭାଗ୍ୟବଶଃତ ଆଜି ଭଗବାନଙ୍କ ପ୍ରତ୍ୟକ୍ଷ ରୂପ ଦର୍ଶନ କରିବାର ସୌଭାଗ୍ୟ ମିଳିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.