ଏବେ ରିଲାୟନ୍ସ ଫ୍ରେସରେ ପାଇବେ କନ୍ଧମାଳ ଷ୍ଟ୍ରବେରୀର ସ୍ୱାଦ, ଖୁସି ହେଲେ ଶହ ଶହ ଏସଏଚଜି ମହିଳା
ପରୀକ୍ଷା ମୂଳକ ଭାବେ କନ୍ଧମାଳରେ ଚାଷ କରାଯାଇଥିବା ଷ୍ଟ୍ରବେରୀ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ମିଳିବ ଏନେଇ କଥାବାର୍ତ୍ତା ଚାଲିଛି ରିଲାୟନ୍ସ ଫ୍ରେସ ସହିତ । କନ୍ଧମାଳର ଫୁଲବାଣୀ ବ୍ଲକ ରାଇକିଆ, ଫିରିଙ୍ଗିଆ, ଦାରିଙ୍ଗବାଡି ଆଦି ବ୍ଲକରେ ପ୍ରଶାସନ ପକ୍ଷରୁ ପରୀକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ କରାଯାଇଛି ।

ପରୀକ୍ଷା ମୂଳକ ଭାବେ କନ୍ଧମାଳରେ ଚାଷ କରାଯାଇଥିବା ଷ୍ଟ୍ରବେରୀ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ମିଳିବ ଏନେଇ କଥାବାର୍ତ୍ତା ଚାଲିଛି ରିଲାୟନ୍ସ ଫ୍ରେସ ସହିତ । କନ୍ଧମାଳର ଫୁଲବାଣୀ ବ୍ଲକ ରାଇକିଆ, ଫିରିଙ୍ଗିଆ, ଦାରିଙ୍ଗବାଡି ଆଦି ବ୍ଲକରେ ପ୍ରଶାସନ ପକ୍ଷରୁ ପରୀକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ କରାଯାଇଛି । ପ୍ରଥମେ ଜଳବିଭାଜିକା ତଥା ମୃତ୍ତିକା ସଂରକ୍ଷଣ ପକ୍ଷରୁ ଜମିକୁ ପ୍ରସ୍ତୁତିରେ ଜ୍ଞାନକୌଶଳ ସହ ସହାୟତା କରାଯାଇଥିବା ବେଳେ କୃଷି ବିଭାଗ ପକ୍ଷରୁ ମାଟି ପରୀକ୍ଷଣ କରାଯାଇଥିଲା । ଏଥି ସହିତ ଉଦ୍ୟାନ ବିଭାଗ ପକ୍ଷରୁ ବୈଷୟିକ ସହାୟକ ଓ ଏସଏଚଜି ମହିଳା ମାନଙ୍କୁ ଏକ୍ସପୋଜର ଭିଜିଟ କରାଯାଇଥିଲା ।
ଗତ ବର୍ଷ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ପ୍ରଥମଥର ପାଇଁ ପରୀକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ ଗ୍ରୀନବାଡି ପଞ୍ଚାୟତର ଏଲିଜା ବେଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ଜିଲ୍ଲା ପ୍ରଶାସନର ସହାୟତାରେ ୨ ଏକର ଜମିରେ ଏହି ଚାଷ କରାଯାଉଛି । ଚଳିତ ବର୍ଷ ଏହି ସମସ୍ତ ବିଭାଗର ସମନ୍ୱୟରେ ଷ୍ଟ୍ରବେରୀ ଚାଷ ସଫଳତାର ସହ ଫୁଲବାଣୀ, ଫିରିଙ୍ଗିଆ, ରାଇକିଆ, ଦାରିଙ୍ଗିବାଡି ଆଦି ବ୍ଲକରେ କରାଯାଇଛି । ଏହି ପ୍ରକଳ୍ପ ପାଇଁ MGNRGS ଯୋଜନାରେ ପ୍ରାୟ ଦସ ୧୦ ଲକ୍ଷ ଖର୍ଚ୍ଚ କରାଯାଇ ଜମିର ଉନ୍ନତି, ମୋଟର ପମ୍ପ ଜରିଆରେ ଜଳ ଛିଞ୍ଚନ ପାଇଁ ମେସିନ ଓ ମହାରାଷ୍ଟ୍ରରୁ ଚାରା କ୍ରୟ କରାଯାଇଥିଲା ଏବଂ ଓଡିଶା ଜୀବିକା ମିଶନ ଓ OLM ପକ୍ଷରୁ ଏହି ଚାଷକୁ ତଦାରଖ କରାଯାଊଛି ।
ଫୁଲବାଣୀ ବ୍ଲକର ମିଣିଆ ପଞ୍ଚାୟତର ଜର୍ଗିପଡା ଗ୍ତାମରେ OLMର ସହାୟତାରେ ୨ଏକର ଜମିରେ ଅଲିଗତି SGH ଗ୍ରୁପ ଦ୍ଵାରା ପ୍ରାୟ ୩୩ ହଜାର ଚାରା ରୋପଣ କରାଯିବା ସହ ସମସ୍ତ ଗଛକୁ ବୁନ୍ଦା ଜଳ ସେଚନର ବ୍ୟବସ୍ଥା ଓ ପଲିଥିନ ଢାଙ୍କିବା ଆଦି କରାଯାଇଛି । ବର୍ତ୍ତମାନ ସମସ୍ତ ଗଛ ଫଳ ଦେବା ଆରମ୍ଭ ହୋଇଛି । ପୂର୍ବରୁ ଏହି ଏସଏଚଜି ମା’ ମାନେ ଗାଁରେ ପନିପରିବା ଚାଷ କରି ବିକ୍ରି କରୁଥିଲେ । ପରେ ଉଦ୍ୟାନ ବିଭାଗ ପକ୍ଷରୁ ସେମାନଙ୍କୁ ଷ୍ଟ୍ରବେରୀ ଚାଷ ପାଇଁ ବୁଝାଇ ଏହି ଚାଷ ପାଇଁ ରାଜି କରାଇଥିଲେ । ପରେ OLM ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ଏହି ଚାଷ ପାଇଁ ସମସ୍ତ ତାଲିମ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ପ୍ରତିଦିନ ୨୦କେଜି ରୁ ୨୫କେଜି ଷ୍ଟ୍ରବେରୀ ଆଦାୟ ହେଉଛି ।
ଏବେ ଏହି ଷ୍ଟ୍ରବେରୀ ଫଳକୁ ମହିଳା ମାନେ ବିକ୍ରୀ କରି ଭଲ ଦି ପଇସା ରୋଜଗାର କରୁଛନ୍ତି । ଏବେ ଏହି ଫଳକୁ ୧ କେଜିକୁ ୫୦୦ ରୁ ୬୦୦ ଟଙ୍କାରେ ବିକ୍ରି କରାଯାଉଛି । ଷ୍ଟ୍ରବେରୀ ଏକ ଲାଭ ଜଣକ ଚାଷ, ଚଳିତ ବର୍ଷ ଭଲ ଷ୍ଟ୍ରବେରୀ ଆସିଥିବାରୁ ଏସଏଚଜି ମହିଳା ମାନେ ଭାରି ଖୁସି, କିନ୍ତୁ ଏଗୁଡ଼ିକର ବିକ୍ରିର ସୁବିଧା ନଥିବାରୁ ସେମାନେ ପ୍ରତିଦିନ ଫୁଲବାଣୀକୁ ପାଳି କରି ବିକ୍ରି କରିବାକୁ ନେଉଛନ୍ତି । ପ୍ରତିଦିନ ଷ୍ଟ୍ରବେରି ତୋଳି ତାକୁ ୨୦୦ ଗ୍ରାମର ଓଜନ କରି ଏକ ପ୍ଲାଷ୍ଟିକ ପ୍ୟାକେଟରେ ଭର୍ତ୍ତି କରି ବିକ୍ରି ପାଇଁ ନେଇଥାନ୍ତି କିମ୍ବା ବ୍ରହ୍ମପୁର ଓ ଭୁବନେଶ୍ବରରୁ ଫଳ ବ୍ୟବସାୟୀ ମାନେ ଆସି ନେଇଥାନ୍ତି । ଅରମାସ ମଧ୍ୟ ବିକ୍ରିର ସୁବିଧା ପାଇଁ ଭୁବନେଶ୍ୱର ସ୍ଥିତ ରିଲାଏନ୍ସ ଫ୍ରେସ ସହ କଥାବାର୍ତ୍ତା କରି ସେଠାକୁ ପଠାଇବାର ବ୍ୟବସ୍ଥା କରିଛି ।