Below header

୫ ବର୍ଷ ପରେ ଘଟିଲା ଚମତ୍କାର, ମା’ର ହସ କଥା ଶୁଣି ଉଠିଲା ଝିଅ

ଜେନିଫରଙ୍କ ମା’ ପେଗି ମେନ୍ସ ହସ୍ପିଟାଲକୁ ଯାଇ ତାଙ୍କ ଝିଅକୁ ଦେଖା କରିବାକୁ ଯାଉଥିଲେ ମଧ୍ୟ ତାଙ୍କ ଆଶା ନଥିଲା ସେ ସୁସ୍ଥ ହେବେ ବୋଲି । କିନ୍ତୁ ସେ କେବେ ଭାବି ନଥିଲେ ଯେ ତାଙ୍କ ଝିଅ ଏହିପରି ଭାବରେ ଉଠିବେ ବୋଲି ।

ମା’ ର ସ୍ନେହ ଅତୁଳନୀୟ । ତା ସ୍ନେହ ଆଗରେ ସବୁକିଛି ଫିକା ପଡ଼ିଥାଏ । ଦୁନିଆର ସବୁଠାରୁ ସୁନ୍ଦର ଶବ୍ଦ ହେଉଛି ମା’ । ମା’ ଏଭଳି ସଜ୍ଞା, ଯାହାକୁ ଶବ୍ଦରେ ବଖାଣି ହେବନି । ତ୍ୟାଗ ଓ ତପସ୍ୟାର ପ୍ରତୀକ ମା। ଏହା କେବଳ ଏକ ଡାକ ନୁହେଁ ଏଥିରେ ସୀମିତ ସାରା ବିଶ୍ୱ । ନିଜେ ଜଳି ସନ୍ତାନଙ୍କୁ ଆଲୋକ ଦେଖାଏ ମାଆ । ଆଉ ନିଜ ସନ୍ତାନ ପାଇଁ ସବୁବେଳେ ଉଜାଡ଼ି ଦିଏ ସ୍ନେହର ଭଣ୍ଡାର । ଆପଣ ଭାବୁଥିବେ ଆଜି ଆମେ ଆପଣଙ୍କୁ ମା’ର ମହତ୍ତ୍ୱ କାହିଁକି ବୁଝାଉଛୁ ।

ଜଣେ ମା ତା ପିଲା ପାଇଁ ଯାହା କରିଛନ୍ତି ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଆପଣ ବି ଏଭଳି ମା’ କୁ ଧନ୍ୟ ନକହି ରହିପାରିବେନି । ତେବେ କୋମା ଭିତରକୁ ଯିବାର ଯନ୍ତ୍ରଣା କଣ ତାହା ସମସ୍ତେ ଜାଣନ୍ତି । ଯେତବେଳେ ନିଜ ଲୋକଙ୍କୁ କୋମାରେ ଦେଖିବାକୁ ମିଳିଥାଏ । ସେତେବେଳେ କେହି ଧର୍ଯ୍ୟ ଧରି ରହିପାରନ୍ତିନି । କିନ୍ତୁ ସେହି ସମୟରେ ଯଦି ଗୋଟେ ଛୁଆଟେ ସେହି ସ୍ଥାନରେ ରହେ ଗୋଟିଏ ମା’ର ଅବସ୍ଥା କଣ ହେଉଥିବ ଆପଣ ବୁଝିପାରୁଥିବେ । ତେବେ ଜଣେ ଆମେରିକୀୟ ମହିଳା ମଧ୍ୟ ସମାନ ଅବସ୍ଥାରେ ଥିଲେ ।

କାରଣ ତାଙ୍କ ଝିଅ ୫ ବର୍ଷ ଧରି କୋମାରେ ଶୋଇରହିଥିଲା । ଆଉ ସେ କୋମାରୁ କିପରି ସ୍‌ୁସ୍ଥ ହେବେ ତାହାକୁ ଅପେକ୍ଷା କରି ରହୁଥିଲେ ସବୁ ବେଳେ । ସେ ଏଇ ଆଶାରେ ଦିନ କାଟୁଥିଲେ ତାଙ୍କ ଝିଅ ସୁସ୍ଥ ହେବ ଆଉ ପୂରା ପରିବାର ସହ ହସଖୁସିରେ ଦିନ କାଟିବ। ଶେଷରେ ସେହି ସମୟ ଆସିଲା । ଝିଅ କୋମାରୁ ଉଠିଲା ଯାହାକୁ ଦେଖି ମା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ବହୁଦିନ ଧରି ଝଅର ସ୍ୱର ଶୁଣି ନଥିଲେ । ହଠାତ୍‌ ଝିଅର ଶଦ୍ଦ ଶୁଣି ସେ ଭୟଭୀତ ହୋଇଯାଇଥିଲେ ।

ମିଚିଗାନ୍‌ର ଜେନିଫର୍‌ ଫ୍ଲେୱେଲେନ୍‌ ଏକ କାର ଦୁର୍ଘଟଣା ପରେ ଚାରି ବର୍ଷ ୧୧ ମାସ କାଳ କୋମାରେ ରହିଥିଲେ । କିନ୍ତୁ ଯେତେବେଳେ ସେ ଉଠିଲେ, ସେ ତାଙ୍କ ମାଆଙ୍କୁ ଆଖି ଆଗରେ ପାଇଲେ । ଜେନିଫରଙ୍କ ମା’ ପେଗି ମେନ୍ସ ହସ୍ପିଟାଲକୁ ଯାଇ ତାଙ୍କ ଝିଅକୁ ଦେଖା କରିବାକୁ ଯାଉଥିଲେ ମଧ୍ୟ ତାଙ୍କ ଆଶା ନଥିଲା ସେ ସୁସ୍ଥ ହେବେ ବୋଲି । କିନ୍ତୁ ସେ କେବେ ଭାବି ନଥିଲେ ଯେ ତାଙ୍କ ଝିଅ ଏହିପରି ଭାବରେ ଉଠିବେ ବୋଲି ।

ଏକ ରିପୋର୍ଟ ଅନୁଯାୟୀ, ୨୫ ସେପ୍ଟେମ୍ବର ୨୦୧୭ରେ ଏକ ଭୟଙ୍କର କାର ଦୁର୍ଘଟଣା ପରେ ଜେନିଫରଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ସେ କୋମାକୁ ପଳାଇ ଯାଇଥିଲେ । ସେତେବେଳେ ତାଙ୍କର ବୟସ ମାତ୍ର ୩୬ ବର୍ଷ ଥିଲା । ତାଙ୍କର ଚିକିତ୍ସା ମଧ୍ୟ ଜାରି ରହିଲା । ସେ ୪୧ ବର୍ଷ ବୟସରେ କୋମାରୁ ସୁସ୍ଥ ହୋଇଛନ୍ତି । ତେବେ ତାଙ୍କ ମା’ ପିଲାଦିନେ ପ୍ରତିଦିନ କପରି ଥଟ୍ଟା ମଜ୍ଜା କରୁଥିଲେ ଏବଂ ଘର ସମ୍ବନ୍ଧୀୟ ଜିନିଷ ବିଷୟରେ କଥାବାର୍ତ୍ତା ହେଉଥିଲେ । ମାଙ୍କର ଏହି କଥା ଶୁଣି ଜେନିଫର କୋମାରୁ ଉଠି ହସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.