ବିଗ୍ ବସ୍ ୧୭ ର ରିୟୁନିୟନ୍‌ ପାର୍ଟିରେ ହେଲା ବଡ଼ ବିବାଦ, ଅଭିଷେକଙ୍କୁ ମାରିବା ପାଇଁ ଚେୟାର ଉଠାଇଲେ ତେହେଲକା

ବିଗ୍ ବସ୍ ସିଜିନ୍‌ ୧୭ ଶେଷ ହୋଇଛି । ନିକଟରେ ସୋ ର ରିୟୁନିୟନ୍‌ ପାର୍ଟିର ଆୟୋଜନ କରାଯାଇଥିଲା । ସିଜନ ୧୭ ର ସମସ୍ତ ପ୍ରତିଯୋଗୀ ଏହି ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିର ସମସ୍ତଙ୍କର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଯାହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ତେବେ ପାର୍ଟିର ସେହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ତେହେଲକା ଚେୟାର ଉଠାଇ ଅଭିଷେକ ଆଡକୁ ପକାଉଥିବାର ନଜର ଆସିଛନ୍ତି । ତେବେ ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ବିଗ୍ ବସ୍ ସିଜିନ୍‌ ୧୭ ଶେଷ ହୋଇଛି । କିନ୍ତୁ ସୋ ବିଷୟରେ ଆଲୋଚନା ହେବା ବନ୍ଦ ହୋଇନାହିଁ । ତେବେ ମୁନାୱର ଫାରୁକି ବିଗ୍ ବସ୍ ଟ୍ରଫି ଜିତିଥିଲେ । ସୋ ଶେଷ ହେବା ପରେ ମଧ୍ୟ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ପ୍ରତିଯୋଗୀମାନେ କ’ଣ କରୁଛନ୍ତି ଜାଣିବାକୁ ବହୁତ ଆଗ୍ରହୀ ଅଛନ୍ତି । ତେବେ କିଛି ଦିନ ପୂର୍ବରୁ ବିଗ୍ ବସ୍ ସିଜନ୍ ୧୭ ର ପ୍ରତିଯୋଗୀମାନଙ୍କ ପାଇଁ ଏକ ରିୟୁନିୟନ୍‌ ପାର୍ଟିର ଆୟୋଜନ କରାଯାଇଥିଲା । ଏହି ପାର୍ଟିରେ ଅରବାଜ ଖାନ ତାଙ୍କ ପତ୍ନୀ ଶୁରା ଖାନଙ୍କ ସହ ନଜର ଆସିଥିଲେ । ଏପରି ଭାବେ ସମସ୍ତ ପ୍ରତିଯୋଗୀ ପାର୍ଟିରେ ନଜର ଆସିଥିଲେ ।

କିନ୍ତୁ ପାର୍ଟିର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ପାର୍ଟିରେ ଫେମସ ୟୁଟ୍ୟୁବର୍ ସନି ଆର୍ଯ୍ୟ ଓରଫ୍‌ ତେହେଲକା ଏବଂ ଅଭିଷେକ କୁମାରଙ୍କ ମଧ୍ୟରେ ପୁଣି ଥରେ ଝଗଡା ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଛି ଯେ ତେହେଲକା ତାଙ୍କ ବନ୍ଧୁ ତଥା ହାଇଦ୍ରାବାଦର ୟୁଟ୍ୟୁବର୍ ଅରୁଣ ମହାଶେଟ୍ଟୀଙ୍କ ସହ ପାର୍ଟି ଉପଭୋଗ କରୁଥିବା ସମୟରେ ହଠାତ୍ ସେ ଚେୟାର ଉଠାଇ ଅଭିଷେକଙ୍କୁ ମାରିବା ପାଇଁ ଯାଇଥିଲେ ।

ତେବେ ସେହି ଭିଡିଓରେ ଏପରି ମଧ୍ୟ ଦେଖିବାକୁ ମିଳିଛି ଯେ ଅଭିଷେକ ଏହି ସବୁ କଥା ଦେଖିକରି ତାଙ୍କ ସାମ୍ନାରେ ହାତ ଯୋଡି ଠିଆ ହୋଇଥିଲେ । ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଅରୁଣ ମହାଶେଟ୍ଟୀ ତେହେଲକାଙ୍କୁ ତାଙ୍କୁ ମାରିବା ପାଇଁ ଅଟକାଇଲେ । କିନ୍ତୁ ଏହା ପରେ ଦେଖିବାକୁ ମିଳିଥିଲା ଯେ ତେହେଲକା ଅଭିଷେକଙ୍କୁ ସ୍ନେହରେ ଆଲିଙ୍ଗନ କରିଥିଲେ । ହେଲେ ହଠାତ୍ ମାହଲ ବଦଳିଯାଏ ଏବଂ ସମସ୍ତେ ହସିବାକୁ ଲାଗନ୍ତି । ତେବେ ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାସ୍ତବରେ ଭିଡିଓରେ ଯାହା ଦେଖାଯାଉଛି ତାହା କେବଳ ଏକ ମଜା କରିବାକୁ ଏପରି କରାଯାଇଥିଲା ।

ତେବେ ସୋ ରୁ ବାହାରିବା ପରେ ତେହେଲକା ଅଭିଷେକଙ୍କୁ ସମର୍ଥନ କରିଥିଲେ । ଏହି ପାର୍ଟିରେ ଦୁହେଁ ସେମାନଙ୍କର ବିଗ୍‌ ବସ୍‌ରେ ହୋଇଥିବା ଝଗଡାକୁ ରିକ୍ରିଏଟ୍‌ କରିଥିଲେ । ଏହା ପ୍ରକୃତ ଝଗଡା ନଥିଲା ଏକ ମଜାକ ଥିଲା । ତାଙ୍କର ଏହି ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କିନ୍ତୁ ଦର୍ଶକ ମଧ୍ୟ ଏହି ଭିଡିଓକୁ ବହୁତ ଭଲ ପାଇବା ଦେଇଛନ୍ତି । ଅନେକ ୟୁଜର୍ସ ଏହି ଭିଡିଓ ଦେଖି ତେହେଲକାଙ୍କୁ ପ୍ରଶଂସା କରିଛନ୍ତି । ଅଭିଷେକ କୁମାର ବିଗ୍ ବସ୍ ସିଜନ୍ ୧୭ ର ପ୍ରଥମ ରନର୍ ଅପ୍ ହୋଇଥିଲେ । ଯଦିଓ ଅଭିଷେକ ସୋ ରେ ଜିତିନଥିଲେ । କିନ୍ତୁ ସେ ନିଶ୍ଚିତ ଭାବରେ ଅନେକ ଲୋକଙ୍କ ମନ ଜିତିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.