Below header

ମହାପ୍ରଭୁଙ୍କୁ ମହାଆନନ୍ଦରେ ଦର୍ଶନ କଲେ ବୃଦ୍ଧ ବୃଦ୍ଧା, ୧୦ ବର୍ଷ ହେବ ସହଯୋଗର ହାତ ବଢାଉଛନ୍ତି ସ୍ବେଚ୍ଛାସେବୀ

ପ୍ରତିବର୍ଷ ଏହି ସ୍ୱେଚ୍ଛାସେବୀମାନେ ୫୦ ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବସ୍ ଯୋଗେ ପୁରୀ ଆଣି ମହାପ୍ରଭୁଙ୍କ ଦର୍ଶନ କରାଉଛନ୍ତି । ଚଳିତ ବର୍ଷ ମଧ୍ୟ ୬୩ ଜଣ ବୟସ୍କ ବୃଦ୍ଧ ବୃଦ୍ଧାଙ୍କୁ ଆଣି ଜଗା ଦର୍ଶନ କରାଇଛନ୍ତି । ଜଗାକୁ ଦର୍ଶନ କରି ଆତ୍ମହରା ହୋଇପଡ଼ିଥିଲେ ବୃଦ୍ଧ ବୃଦ୍ଧା ।

ଆର୍ଥିକ ଅଭାବ ଅନଟନ କାରଣରୁ ହେଉ କି ବୟସାଧିକ କାରଣରୁ ଅନେକ ବୃଦ୍ଧ ବୃଦ୍ଧା ଅଛନ୍ତି ଯେଉଁମାନେ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ଦର୍ଶନ କରିପାରୁ ନାହାନ୍ତି । ସେମାନଙ୍କ ପାଇଁ ଗତ ୧୦ ବର୍ଷ ହେବ ସହଯୋଗର ହାତ ବଢାଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଓ କେଣ୍ଟାଳ ଅଞ୍ଚଳର ସ୍ବେଚ୍ଛାସେବୀ । ପ୍ରତିବର୍ଷ ଏହି ସ୍ୱେଚ୍ଛାସେବୀମାନେ ୫୦ ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବସ୍ ଯୋଗେ ପୁରୀ ଆଣି ମହାପ୍ରଭୁଙ୍କ ଦର୍ଶନ କରାଉଛନ୍ତି । ଚଳିତ ବର୍ଷ ମଧ୍ୟ ୬୩ ଜଣ ବୟସ୍କ ବୃଦ୍ଧ ବୃଦ୍ଧାଙ୍କୁ ଆଣି ଜଗା ଦର୍ଶନ କରାଇଛନ୍ତି । ଜଗାକୁ ଦର୍ଶନ କରି ଆତ୍ମହରା ହୋଇପଡ଼ିଥିଲେ ବୃଦ୍ଧ ବୃଦ୍ଧା । ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଥିଲା ଶ୍ରୀକ୍ଷେତ୍ର । ବୃଦ୍ଧ ମହିଳାମାନେ ହୁଳହୁଳି ପକାଇ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରିଥିଲେ ।

ତେବେ ମୁଖ୍ୟ ଉପଦେଷ୍ଟା ଡାକ୍ତର ବୈଷ୍ଣବ ଚରଣ ରଥଙ୍କ ମାର୍ଗଦର୍ଶନରେ ୨୫ ଜଣ ସ୍ବେଚ୍ଛାସେବୀ ଚଳିତ ବର୍ଷ ୬୩ ଜଣ ବୟସ୍କ ଲୋକଙ୍କୁ ଆଣି ମହାପ୍ରଭୁଙ୍କୁ ମହାଆନନ୍ଦରେ ଦର୍ଶନ କରାଇଥିଲେ । ଏହା ସହ ସମସ୍ତଙ୍କୁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଇଥିଲେ । କେବଳ ଏହା ନୁହେଁ ସେମାନଙ୍କୁ ମହୋଦଧି ତଥା ପୁରୀ ସମୁଦ୍ରକୂଳ ନେଇ ବୁଲାଇଥିଲେ ।

ଅନେକ ବୃଦ୍ଧ ବୃଦ୍ଧାଙ୍କ ମାନସିକ ଥାଏ ସେମାନେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବେ । ପ୍ରଭୁଙ୍କୁ ନିଜ ଦୁଃଖ କଷ୍ଟ ଜଣାଇବେ କିନ୍ତୁ ଆର୍ଥିକ ଅଭାବ ଅନଟନ କାରଣରୁ ହେଉ କି ବୟସାଧିକ କାରଣରୁ ସେମାନେ ପୁରୀ ଆସି ପାରୁନଥିଲେ । ସେମାନଙ୍କ ଏହି ଦୁଃଖକୁ ଦୂର କରିବା ପାଇଁ ଏଭଳି ମହତ ବ୍ୟବସ୍ଥା କରିଛନ୍ତି ଏହି ସ୍ବେଚ୍ଛାସେବୀ ମାନେ । ଆଉ ପୁରୀ ଆସି ପ୍ରଭୁଙ୍କୁ ଦର୍ଶନ କରି ନିଜକୁ ବେଶ୍ ଭାଗ୍ୟବାନ ମନେ କରିଛନ୍ତି ସମସ୍ତ ବୃଦ୍ଧ ବୃଦ୍ଧା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.