Below header

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୦୦ କୋଟିର ପ୍ୟାକେଜ ଘୋଷଣା

ବିକାଶର ସମୀକ୍ଷା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ପରେ ରେଢାଖୋଲ ଚାରମାଳ ହାଇସ୍କୁଲ ପଡ଼ିଆରେ ପହଞ୍ଚି କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମାବେଶରେ ଯୋଗ ଦେଇଥିଲେ। ଆୟୋଜିତ ସମାବେଶରେ ମୁନସିମାନଙ୍କ ଦରମାକୁ ୧୨ହଜାର ୪୨୦ ଟଙ୍କାରୁ ୧୫ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

ସମ୍ବଲପୁର (କେନ୍ୟୁଜ) : ସମ୍ବଲପୁରରେ ବିକାଶର ସମୀକ୍ଷା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ପରେ ରେଢାଖୋଲ ଚାରମାଳ ହାଇସ୍କୁଲ ପଡ଼ିଆରେ ପହଞ୍ଚି କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମାବେଶରେ ଯୋଗ ଦେଇଥିଲେ। କେନ୍ଦୁପତ୍ର ତୋଳାଳିଙ୍କ ଲାଗି ବଡ଼ ଘୋଷଣା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏବେ କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ଦୁଇ ଗୁଣା ବୋନସ। ପୂର୍ବରୁ ମିଳୁଥିବା ୨୫ ପ୍ରତିଶତ ବୋନସକୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିରୁ ରାଜ୍ୟର ୮ ଲକ୍ଷ ୫୦ ହଜାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। ସରକାର ଏଥିପାଇଁ ୯୮ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ବନ୍ଧାଳି ଓ ଋତୁକାଳୀନ ଶ୍ରମିକଙ୍କ ଇନସେନଟିଭକୁ ୫ରୁ ୧୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏଥିଲାଗି ସରକାର ୧୧ କୋଟି ଖର୍ଚ୍ଚ କରିବେ। ଏହା ଦ୍ବାରା ରାଜ୍ୟର ୪୦ ହଜାର ବନ୍ଧାଳି ଓ ସିଜନାଲ ଷ୍ଟାଫ ଉପକୃତ ହେବେ। ସେହିପରି ଋତୁକାଳୀନ କର୍ମଚାରୀଙ୍କ ଦରମା ବୃଦ୍ଧି ଦାବି ପୂରଣ ହୋଇଛି।

ହେଡ ଚେକରଙ୍କ ମାସିକ ଦରମା ୨୨ ହଜାର ୬୩୧ ରୁ ୨୪ ହଜାର ୪୨୦କୁ ବୃଦ୍ଧି ପାଇଛି। ମହଙ୍ଗା ଭତ୍ତା ୪ ଶହ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ବନ୍ଧାଳୀ ଚେକରଙ୍କ ଦରମା ୧୪ ହଜାର ୮୦୦ ଟଙ୍କାରୁ ୧୭ ହଜାର ୬୮୦କୁ ବୃଦ୍ଧି ପାଇଛି। ଡିଏ ୨ଶହରୁ ୩ଶହ ଟଙ୍କାକୁ ବୃଦ୍ଧି ପାଇଛି। ମୁନସିଙ୍କ ଦରମା ୧୨ ହଜାର ୪୨୦ରୁ ୧୫ ହଜାର ୨୧୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି କେନ୍ଦୁପତ୍ର କେରି ଦର ମଧ୍ୟ ବୃଦ୍ଧି କରିଛନ୍ତି ସରକାର। ପଦମପୁର ଉପନିର୍ବାଚନରେ ସରକାର କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଦେଇଥିବା ପ୍ରତଶ୍ରୁତି ପୂରଣ କରିଛନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ଦୁଇ ଝିଅଙ୍କ ବିବାହ ଲାଗି ୨୫ ହଜାର ଲେଖାଏ ଅର୍ଥ ସହାୟତା ଦେବାକୁ ଘୋଷଣା କରିଛନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ଲାଗି ମୋଟ ୨ଶହ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ସରକାର। ଏହି ଅବସରରେ ସେ ବିରୋଧୀଙ୍କୁ ତେରେଚ୍ଛା ବାଣ ମାରିଛନ୍ତି। ଅନେକ ନେତା ଆସି ବହୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଫଳ ଶୁନ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଆଜି ସକାଳେ ପ୍ରଥମେ ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ମାଆଙ୍କ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ପରିସର ବୁଲି ଦେଖିବା ସହ ଉନ୍ନତିକରଣ ନେଇ ଟ୍ରଷ୍ଟ ବୋର୍ଡ ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ । ପରେ ମହାନଦୀ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୀମସାର ସୁପରିଣ୍ଟେଣ୍ଡେଣ୍ଟ ଓ ଅନ୍ୟ କର୍ମଚାରୀଙ୍କ ସହ ସମୀକ୍ଷା କରିଛନ୍ତି। ଏହାପରେ ଭୀମସାର ଷ୍ଟାଡିୟମରେ ପହଞ୍ଚି ଉନ୍ନତି କାର୍ଯ୍ୟର ସମୀକ୍ଷା କରିଥିଲେ କାର୍ତ୍ତିକ ପାଣ୍ଡିଆନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.