Below header

ଏବେବି ଆମ ସମାଜରେ ଘଟୁଛି ଏମିତି ଘଟଣା: ମହିଳାଙ୍କୁ କୁଷ୍ଠ ରୋଗ ହୋଇଥିବା ଜାଣି ନିଆଁ ପାଣି ବନ୍ଦ କଲେ ଗ୍ରାମବାସୀ

ଯେତେ ସଚେତନତା କଲେ ମଧ୍ୟ ଅନ୍ଧ ବିଶ୍ୱାସକୁ ନେଇ ଏବେ ବି ନିଜର ମାନସିକତାକୁ ପରିବର୍ତ୍ତନ କରିପାରିନାହାନ୍ତି ଲୋକେ । ଜଣେ କୁଷ୍ଠରୋଗୀକୁ ନିଆଁ ପାଣି ବନ୍ଦ କରିବା ସହ ପିଲା ମାନଙ୍କୁ ସ୍କୁଲ ଵନ୍ଦ କରି ଦେବା ଭଳି ଏକ ଘୃଣ୍ୟ କାର୍ଯ୍ୟ ଏବେବି ଆମ ସମାଜରେ ଘଟୁଛି, ଏହାଠାରୁ ବଡ ପରିତାପର ବିଷୟ କଣ ହୋଇପାରେ ।

ସୋର(କେନ୍ୟୁଜ): ଯେତେ ସଚେତନତା କଲେ ମଧ୍ୟ ଅନ୍ଧ ବିଶ୍ୱାସକୁ ନେଇ ଏବେ ବି ନିଜର ମାନସିକତାକୁ ପରିବର୍ତ୍ତନ କରିପାରିନାହାନ୍ତି ଲୋକେ । ଜଣେ କୁଷ୍ଠରୋଗୀକୁ ନିଆଁ ପାଣି ବନ୍ଦ କରିବା ସହ ପିଲା ମାନଙ୍କୁ ସ୍କୁଲ ଵନ୍ଦ କରି ଦେବା ଭଳି ଏକ ଘୃଣ୍ୟ କାର୍ଯ୍ୟ ଏବେବି ଆମ ସମାଜରେ ଘଟୁଛି, ଏହାଠାରୁ ବଡ ପରିତାପର ବିଷୟ କଣ ହୋଇପାରେ ।

ଏପରି ଏକ ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଗୌଡ଼ଦିଆ ଆଦିବାସୀ ସାହିରେ । ଜଣେ ମହିଳାଙ୍କୁ କୁଷ୍ଠ ରୋଗ ହୋଇଥିବା ଦେଖିବାକୁ ମିଳିଛି । ଯାହାଫଳରେ ଗ୍ରାମବାସୀ ମାନେ ୧୫ଦିନ ଧରି ନିଆଁ ପାଣି ବନ୍ଦ କରି ଦେଇଥିବା ମହିଳା ଜଣକ ଅଭିଯୋଗ ଆଣିଛନ୍ତି । ୧୫ଦିନ ଧରି ଗୋଟିଏ ପରିବାରର ସମସ୍ତ ସଦସ୍ୟ ଘରୁ ବାହାରକୁ ବାହାରୁ ନଥିବା ବେଳେ କାମଧନ୍ଦା ନକରି ପାରି ଘରେ ବସି ରହିଛନ୍ତି ।

ସେଥିପାଇଁ ପରିବାର ଚଳାଇବା ପାଇଁ କଷ୍ଟ ସାଧ୍ୟ ହୋଇ ପଡିଛି ଏମାନଙ୍କ ପାଇଁ । ମହିଳା ଜଣଙ୍କ ତାଙ୍କ ମୁହଁରେ ପ୍ରଥମେ ଛଉ ହୋଇଥିବା କିଛି ମାସ ତଳେ ଦେଖିବାକୁ ପାଇଥିଲେ। ଏନେଇ ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ପରୀକ୍ଷା କରାଇବା ପରେ ତାଙ୍କୁ କୁଷ୍ଠ ରୋଗ ହୋଇଥିବା କହିଥିଲେ । ପରେ ମହିଳାଙ୍କୁ କୁଷ୍ଠ ହୋଇଥିବା କଥା ଗାଁ’ରେ ପ୍ରଚାର ହୋଇଗଲା । ଗାଁ ଲୋକେ ବୈଠକ କରି ମହିଳାଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି । ଏମିତିକି ମହିଳାଙ୍କ ୨ ପିଲାମାନେ ସ୍କୁଲକୁ ମଧ୍ୟ ଯାଇପାରୁ ନାହାନ୍ତି । ଫଳରେ ୫ ପ୍ରାଣୀ କୁଟୁମ୍ବ ନାନା ସମସ୍ୟା ଭିତରେ ରହିଛନ୍ତି ।

ବାସନ୍ଦ ଖବର ପାଇ ସରପଞ୍ଚ ,ବିଡ଼ିଓ,ତହସିଲଦାର ଗ୍ରାମରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରି ସମାଧାନ ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଆଶା ,ଅଙ୍ଗନବାଡ଼ି ଦିଦି ମଧ୍ୟ ରୋଗ କୁ ଭୟ କରନ୍ତୁ ନାହିଁ ଵୋଲି ଗ୍ରାମବାସୀଙ୍କୁ ବୁଝାଉ ଥିବାର ପ୍ରକାଶ କରିଛନ୍ତି । ଦିନକୁ ଦିନ ବିଭିନ୍ନ ରୋଗ ସମାଜରୁ ଦୁରେଇ ଯାଉଥିଲା ବେଳେ କୁଷ୍ଠ ରୋଗ ମଧ୍ୟ ଆରୋଗ୍ୟ ସାଧ୍ୟ ହେଵାକୁ ବସିଲାଣି । ହେଲେ ଲୋକ ମାନଙ୍କ ମଧ୍ୟରେ ସଚେତନତା ରହିଲେ ଅନ୍ଧବିଶ୍ୱାସ ଦୁରେଇ ଯିବ ଓ ଗାନ୍ଧିଜୀଙ୍କ କୁଷ୍ଠ ମୁକ୍ତ ଭାରତ ସ୍ୱପ୍ନ ସାକାର ହୋଇପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.