ଲକ୍ଷ୍ନୌରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ, ୩ ନାବାଳିକା ସହିତ ୫ ମୃତ

ମଙ୍ଗଳବାର ରାତି ପ୍ରାୟ ୧୦ଟାରେ କାକୋରୀ ଅଞ୍ଚଳରେ ରହୁଥିବା ମୁଶୀର ନାମକ ବ୍ୟକ୍ତିଙ୍କ ଘରେ ହଠାତ୍ ସର୍ଟ ସର୍କିଟ ହୋଇଥିଲା । ଏହାପରେ ସେଥିରୁ ନିଆଁ ଘର ସାରା ବ୍ୟାପି ଯାଇଥିଲା । ନିଆଁ ଯୋଗୁଁ ଘରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡର ନିଆଁ ଲାଗି ବିସ୍ଫୋରଣ ହୋଇଥିଲା ।

ଲକ୍ଷ୍ନୌରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଲକ୍ଷ୍ନୌର କାକୋରୀ ଅଞ୍ଚଳରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳିକା ସାମିଲ ରହିଛନ୍ତି ।

ସୂଚନା ମୁତାବକ, ମଙ୍ଗଳବାର ରାତି ପ୍ରାୟ ୧୦ଟାରେ କାକୋରୀ ଅଞ୍ଚଳରେ ରହୁଥିବା ମୁଶୀର ନାମକ ବ୍ୟକ୍ତିଙ୍କ ଘରେ ହଠାତ୍ ସର୍ଟ ସର୍କିଟ ହୋଇଥିଲା । ଏହାପରେ ସେଥିରୁ ନିଆଁ ଘର ସାରା ବ୍ୟାପି ଯାଇଥିଲା । ନିଆଁ ଯୋଗୁଁ ଘରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡର ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ମୁଶୀର ଅଲୀ, ପତ୍ନୀ ହୁସ୍ନା ବାନୋ, ନାବାଳିକା ଭାଣେଜୀ ହୁମା, ହିବା ଏବଂ ଭଣଜା ମୃତ୍ୟୁବରଣ କରିଥିବା ବେଳେ ଦୁଇ ଝିଅ, ଜଣେ ଭାଣେଜୀ ଏବଂ ଭିଣୋଇ ଆହତ ହୋଇଛନ୍ତି ।

ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ୩ଟି ଅଗ୍ନିଶମ ଟିମ୍ ଦୀର୍ଘ ସମୟ ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଆଁକୁ କାବୁ କରିଥିଲେ । ଏହାପରେ ତୁରନ୍ତ ଘରେ ଥିବା ୯ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ମୁଶୀରଙ୍କ ପାଖରେ ବାଣ କାରବାର ଲାଇସେନ୍ସ ରହିଥିଲା । ତେଣୁ ଘରେ ଦୀପାବଳିରେ ବଳକା ଥିବା କିଛି ବାଣ ମଧ୍ୟ ରହିଥିବା ପୋଲିସ ଅନୁମାନ କରୁଛନ୍ତି । ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.