ବାବାମଣୀଙ୍କୁ ଏକ କୁଇଣ୍ଟାଲ୍ ୨୬କେଜି ଓଜନର ରୂପା ଛାଉଣୀ ଦାନ କଲେ ଭକ୍ତ

ପ୍ରସିଦ୍ଧ ଜାଗର ଯାତ୍ରା ପୂର୍ବରୁ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀଙ୍କ ବିଗ୍ରହକୁ କରାଗଲା ରୂପା ଛାଉଣୀ । ଜଣେ ଭକ୍ତଙ୍କର ଦାନ ରୂପାରେ ବାବାମଣୀଙ୍କ ଶକ୍ତି ଓ ଲିଙ୍ଗକୁ ରୂପା ଛାଉଣୀ କରାଗଲା । ଏକ କୁଇଣ୍ଟାଲ ଛବିଶ କିଲୋ ଓଜନର ରୂପାରେ ଏହାକୁ ତିଆରି କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

ଚାନ୍ଦବାଲି(କେନ୍ୟୁଜ): ବିଶ୍ୱାସ । ଯାହାକୁ ନେଇ ଚାଲିଛି ଏହି ସଂସାର ରଥ । ଜୀବନର ଚଲା ପଥରେ ବିଶ୍ୱାସ ହିଁ ମଣିଷକୁ ଆକୃଷ୍ଟ କରିଥାଏ ଭଗବତ୍ ବିଶ୍ୱାସ ପ୍ରତି । ସେଥିପାଇଁ ତ ଭକ୍ତଟିଏ ନିଜର ସବୁକିଛିକୁ ପଛରେ ପକାଇ ଛୁଟି ଆସିଥାଏ ତା’ର ସେହି ପ୍ରୀୟ ଭଗବାନଙ୍କ ନିକଟକୁ । ଆଉ ଭଗବାନଙ୍କ ପାଦ ତଳେ ଅଜାଡି ଦିଏ ତାର ସବୁ ଭକ୍ତି ଭାବକୁ ।

ଭଗବାନଙ୍କୁ କଣ ବା ଦେବ ଭକ୍ତଟିଏ । ତାକୁ ଯାହା ବି ମିଳିଛି ସବୁ ତ ସେହି ଭଗବାନଙ୍କ କ୍ରୁପାରୁ । ତଥାପି ଭକ୍ତଟିଏ ନିଜ ଖୁସି ମୁତାବକ କିଛି କରିବାକୁ ଚାହେଁ ତାର ପ୍ରିୟ ଭଗବାନଙ୍କ ପାଇଁ । ତେବେ ଏହି ପରିପେକ୍ଷୀରେ ପ୍ରସିଦ୍ଧ ଜାଗର ଯାତ୍ରା ପୂର୍ବରୁ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀଙ୍କ ବିଗ୍ରହକୁ କରାଯାଇଛି ରୂପା ଛାଉଣୀ ।

ଜଣେ ଭକ୍ତଙ୍କର ଦାନ ରୂପାରେ ବାବାମଣୀଙ୍କ ଶକ୍ତି ଓ ଲିଙ୍ଗକୁ ରୂପା ଛାଉଣୀ କରାଯାଇଥିବା ଜଣାପଡିଛି । ଏକ କୁଇଣ୍ଟାଲ ଛବିଶ କିଲୋ ଓଜନର ରୂପାରେ ଏହାକୁ ତିଆରି କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

ଏହି ଏକ କୋଟି ଟଙ୍କାର ରୂପା ଛଉଣୀକୁ ବାବାମଣୀଙ୍କୁ ଦାନ କରିଛନ୍ତି ଭକ୍ତ ଜଣକ । ଭଦ୍ରକ ଗୁଜୁରାତି ସମାଜ ତରଫରୁ ବାବାମଣୀଙ୍କୁ ଦାନ କରାଯାଇଥିବା ବେଳେ ଆଶୋକ ଭାୟାଣୀଙ୍କର ତତ୍ଵାବଧାନରେ ଏହି ରୂପା ଛାଉଣୀ କାର୍ଯ୍ୟ ହୋଇଥିଲା । ତେବେ ବାବାମଣୀଙ୍କ ବିଗ୍ରହ ଧିରେ ଧିରେ ଅବକ୍ଷୟ ହେଉଥିଲା ତେବେ ବାବାମଣୀଙ୍କ ବିଗ୍ରହକୁ ରୂପା ଛଉଣୀ କରାଯିବା ପରେ ବିଗ୍ରହର ଆଉ ଅବକ୍ଷୟ ହେବନାହିଁ ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି ।

ବାବାମଣୀଙ୍କର ଶକ୍ତି ଓ ବିଗ୍ରହ ପାଇଁ ଚାନ୍ଦି ରୂପାର ନିର୍ମିତ ଛାଉଣୀ କରାଯାଇଛି । ତେବେ ବାବାମଣୀଙ୍କ ପ୍ରତି ଭଲପାଇବା ଯୋଗୁ ଭକ୍ତ ଏହି ଦାନ କରିଥିବା କହିଛନ୍ତି । ତେବେ ଏତେ ବଡ ଦାନ ପରେ ସେବାୟତ ମାନଙ୍କ ତରଫରୁ ଦାତା ଭକ୍ତଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.