Below header

ଜାନୁଆରୀରେ ଶୀତ ଗାଏବ ! ସ୍ୱାଭାବିକଠାରୁ ୩ ରୁ ୪ ଡ଼ିଗ୍ରୀ ଯାଏ ଅଧିକ ରହୁଛି ରାତ୍ରି ତାପମାତ୍ରା

ଜାନୁଆରୀରେ ଶୀତ ଗାଏବ ! ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡ଼ିଗ୍ରୀ ଯାଏ ଅଧିକ ରେକର୍ଡ କରାଯାଇଛି। ଶୀତର ପ୍ରଭାବ କମିବା ସହ ସ୍ୱାଭାବିକ ତୁଳନାରେ ରାତ୍ରି ତାପମାତ୍ରା ଅଧିକ ଥିବାରୁ ଥଣ୍ଡା ମଧ୍ଯ କମ୍ ରହିଛି।

ଭୁବନେଶ୍ୱର (କେନ୍ୟୁଜ): ଜାନୁଆରୀରେ ଶୀତ ଗାଏବ ! ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡ଼ିଗ୍ରୀ ଯାଏ ଅଧିକ ରେକର୍ଡ କରାଯାଇଛି। ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ବୃଦ୍ଧି ତଥା ବାୟୁ ଚଳାଚଳରେ ନିଷ୍କ୍ରିୟତା ତଥା ନିର୍ମଳ ଆକାଶ ହେତୁ କୁହୁଡି ପ୍ରଭାବ ବୃଦ୍ଧି ଓ ଶୀତର ପ୍ରକୋପ କମିଛି । ଶୀତର ପ୍ରଭାବ କମିବା ସହ ସ୍ୱାଭାବିକ ତୁଳନାରେ ରାତ୍ରି ତାପମାତ୍ରା ଅଧିକ ଥିବାରୁ ଥଣ୍ଡା ମଧ୍ଯ କମ୍ ରହିଛି। କୁହୁଡି ଘେରରେ ରହିଛି ସାରା ଓଡିଶା।

ଆଗାମୀ ୨୪ ଘଣ୍ଟା ଭିତରେ କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୋନପୁର, କୋରାପୁଟ, ବଲାଙ୍ଗିର, ବୈାଦ୍ଧ, ଅନୁଗୁଳ, ଦେଓଗଡ, ସୁନ୍ଦରଗଡ, କଟକ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ଦେଖାଯାଇଛି। ଘନ କୁହୁଡି ପାଇଁ ଯାତାୟାତରେ ବାଧା ସୃଷ୍ଟି ହେବା ନେଇ ସତର୍କ ସୂଚନା ଜାରି ହୋଇଛି । ଆସନ୍ତା ୪ ଓ ୫ ତାରିଖ ବେଳକୁ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.