Below header

ଜାପାନରେ ବିପର୍ଯ୍ୟୟ ପରେ ବିପର୍ଯ୍ୟୟ, ଭୂକମ୍ପ ପରେ ଏବେ ବର୍ଷା ବିତ୍ପାତ

ଜାପାନରେ ପ୍ରକୃତି ତାର କୋପ ଦେଖାଇଚାଲିଛି । ଗୋଟେ ପଟେ ଜାପାନରେ ଭୟଙ୍କର ଭୂକମ୍ପ ତାଣ୍ଡବ ରଚିଥିବା ବେଳେ ଏବେ ମାତ୍ରାଧିକ ବର୍ଷାର ପୂର୍ବାନୁମାନ ଜାପାନବାସୀଙ୍କୁ ଦୋହଲାଇଦେଇଛି । ଭୁକମ୍ପର ପଶ୍ଚାତ ଝଟକା ସହ ବର୍ଷା ଓ ଅତ୍ୟଧିକ ଶୀତ ଜାପାନକୁ ଅତ୍ୟନ୍ତ ଦୟନୀୟ ସ୍ଥିତିକୁ ନେଇଆସିଛି ।

ନୂଆଦିଲ୍ଲୀ : ପିଛା ଛାଡୁନି ବିପଦ । ବିପର୍ଯ୍ୟୟ ପରେ ବିପର୍ଯ୍ୟୟ । ଭୂକମ୍ପ ପରେ ଏବେ ବର୍ଷା ବିତ୍ପାତ । ଜାପାନରେ ପ୍ରକୃତି ତାର କୋପ ଦେଖାଇଚାଲିଛି । ଗୋଟେ ପଟେ ଜାପାନରେ ଭୟଙ୍କର ଭୂକମ୍ପ ତାଣ୍ଡବ ରଚିଥିବା ବେଳେ ଏବେ ମାତ୍ରାଧିକ ବର୍ଷାର ପୂର୍ବାନୁମାନ ଜାପାନବାସୀଙ୍କୁ ଦୋହଲାଇଦେଇଛି । ଭୁକମ୍ପର ପଶ୍ଚାତ ଝଟକା ସହ ବର୍ଷା ଓ ଅତ୍ୟଧିକ ଶୀତ ଜାପାନକୁ ଅତ୍ୟନ୍ତ ଦୟନୀୟ ସ୍ଥିତିକୁ ନେଇଆସିଛି ।

ବର୍ତ୍ତମାନ ଜାପାନରେ ଭୂକମ୍ପ ମୃତ୍ୟୁସଂଖ୍ୟା ୬୨ରୁ ବୃଦ୍ଧି ହେବା ସହ ଆହତ ହୋଇଛନ୍ତି ୩୦୦ରୁ ଅଧିକ । ଆହୁରି ଅନେକ ଲୋକ ଧ୍ବଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଂକା କରାଯାଉଛି। ଫଳରେ ଆଗକୁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା । ରେସ୍କ୍ୟୁ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସାମ୍ନାକୁ ଆସୁଛି ହୃଦୟ ବିଦାରକ ଦୃଶ୍ୟ। ମାଟିରେ ମିଶିଛି ହଜାର ହଜାର ଘର । ଘରଦ୍ବାର ଓ ରାସ୍ତାଘାଟ ଫାଟି ଆଁ । ଭୂକମ୍ପ ପ୍ରଭାବିତ ଅଞ୍ଚଳକୁ ପହଞ୍ଚିବାରେ ଉଦ୍ଧାରକାରୀ ଦଳକୁ ଅସୁବିଧା ହେଉଛି । ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ ବିଛିନ୍ନ ହୋଇଛି । ଦୁଇ ଦିନ ପରେ ବି ହଜାର ହଜାର ଲୋକ ଅନ୍ଧାରରେ ଜୀବନ କାଟୁଛନ୍ତି । ଗୋଟିଏ ଦିନରେ ଦେଢ଼ ଶହରୁ ଅଧିକ ଥର ଦୋହଲିଛି ଜାପାନ। ଏବେବି ଲୋକଙ୍କ ମନରୁ ଭୂକମ୍ପ ଭୟ ଯାଇନି। ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ପଶ୍ଚାତ ଝଟକା ଲାଗିପାରେ। ସତର୍କ କରାଇଛି ଜାପାନ ପାଣିପାଗ ବିଭାଗ। ନୂଆବର୍ଷରେ ଭୟଙ୍କର ଭୂକମ୍ପରେ ଥରିଥିଲା ଜାପାନ । ୭.୬ ତୀବ୍ରତା ଭୂକମ୍ପ ପରେ ଏକାଧିକ ଥର ଝଟକା ଅନୁଭୂତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.