ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସ୍‌ପୋର୍ଟ ହେଲା UAEର ପାସ୍‌ପୋର୍ଟ, ଜାଣନ୍ତୁ ଭାରତ ଓ ପାକିସ୍ତାନର ର‍୍ୟାଙ୍କ୍‌ କେତେ?

ବିଶ୍ୱ ନାଗରିକତ୍ୱ ବିତ୍ତୀୟ ପରାମର୍ଶଦାତା ସଂସ୍ଥା ‘ଆର୍ଟନ୍ କ୍ୟାପିଟାଲ୍’ ୨୦୨୪ର ପ୍ରଥମ ତ୍ରୈମାସିକ ପାଇଁ ପାସପୋର୍ଟ ଇଣ୍ଡେକ୍ସ ଜାରି କରିଛି। ଏହି ଇଣ୍ଡେକ୍ସରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପାସପୋର୍ଟକୁ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବରେ ବିବେଚନା କରାଯାଇ ପ୍ରଥମ ସ୍ଥାନ ଦିଆଯାଇଛି।

ବିଶ୍ୱ ନାଗରିକତ୍ୱ ବିତ୍ତୀୟ ପରାମର୍ଶଦାତା ସଂସ୍ଥା ‘ଆର୍ଟନ୍ କ୍ୟାପିଟାଲ୍’ ୨୦୨୪ର ପ୍ରଥମ ତ୍ରୈମାସିକ ପାଇଁ ପାସପୋର୍ଟ ଇଣ୍ଡେକ୍ସ ଜାରି କରିଛି। ଏହି ଇଣ୍ଡେକ୍ସରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପାସପୋର୍ଟକୁ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବରେ ବିବେଚନା କରାଯାଇ ପ୍ରଥମ ସ୍ଥାନ ଦିଆଯାଇଛି। ୟୁଏଇ ପାସପୋର୍ଟର ମୋବିଲିଟି ସ୍କୋର ରହିଛି ୧୮୦ ଏବଂ ଏହା ସବୁଠାରୁ ଶକ୍ତିଶାଳୀ ଟ୍ରାଭେଲ ଡକ୍ୟୁମେଣ୍ଟରେ ପରିଣତ ହୋଇଛି।

ୟୁଏଇର ପାସପୋର୍ଟଧାରୀମାନେ ବିନା ପୂର୍ବ ଭିସାରେ ୧୩୦ଟି ଦେଶକୁ ଯାତ୍ରା କରିପାରିବେ ଏବଂ ଭିସା ଅନ୍‌ ଆରାଇଭାଲ୍‌ (ଭିସା ସହିତ ଆଗମନ)ରେ ୫୦ଟି ଦେଶକୁ ଯାଇପାରିବେ। ୟୁଏଇର ପାସପୋର୍ଟ ଏତେ ଶକ୍ତିଶାଳୀ ଯେ ଧାରକମାନେ ୧୨୩ଟି ଦେଶରେ ଭିସା ଫ୍ରି ପ୍ରବେଶ କରିପାରିବେ। ୟୁଏଇକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ବୋଲି କହି ଆର୍ଟନ୍ କ୍ୟାପିଟାଲ୍ କହିଛି ଯେ ୟୁଏଇ ସକାରାତ୍ମକ କୂଟନୈତିକତା ଆପଣାଇଛି, ଯେଉଁ କାରଣରୁ ଏହାର ପାସପୋର୍ଟ ଏତେ ଶକ୍ତିଶାଳୀ ହୋଇଛି।

ସେପଟେ ଭାରତର ପାସପୋର୍ଟକୁ ୬୬ତମ ବିଶ୍ୱ ର‍୍ୟାଙ୍କିଙ୍ଗ୍‌ ମିଳିଛି। ଭାରତୀୟ ପାସପୋର୍ଟର ମୋବିଲିଟି ସ୍କୋର ରହିଛି ୭୭, ଅର୍ଥାତ୍‌ ପାସପୋର୍ଟଧାରୀମାନେ ୭୭ଟି ଦେଶକୁ ଯାତ୍ରା କରିପାରିବେ। ଭାରତୀୟ ପାସପୋର୍ଟଧାରୀମାନେ ୨୪ଟି ଦେଶରେ ଭିସା ଫ୍ରି ଏଣ୍ଟ୍ରି କରିପାରିବେ।

ଏହି ତାଲିକାରେ ପାକିସ୍ତାନ ସର୍ବନିମ୍ନ ଦେଶ ମଧ୍ୟରେ ସ୍ଥାନ ପାଇଛି। ପାକିସ୍ତାନୀ ପାସପୋର୍ଟକୁ ୪୭ ମୋବିଲିଟି ସ୍କୋର ମିଳିଛି ଏବଂ ଏହା ବିଶ୍ୱର ପଞ୍ଚମ ସବୁଠାରୁ କମ୍‌ ଶକ୍ତିଶାଳୀ ଟ୍ରାଭେଲ ଡକ୍ୟୁମେଣ୍ଟରେ ପରିଣତ ହୋଇଛି। ପାକିସ୍ତାନୀ ପାସପୋର୍ଟଧାରୀ ବିଶ୍ୱର କେବଳ ୧୧ଟି ଦେଶରେ ଭିସା ଫ୍ରି ଏଣ୍ଟ୍ରି କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.