Below header

ବିଶ୍ବ ମଙ୍ଗଳ ପାଇଁ ୫୫୦ କିଲୋମିଟର ଦୌଡିଲେ ଯୁବକ, କାଳିଆକୁ କଲେ ପ୍ରାର୍ଥନା

ଦୀର୍ଘ ୫୫୦ କିଲୋମିଟର ଦୌଡି ଦୌଡି କାଳିଆ ଦର୍ଶନ କରିଛନ୍ତି ଅନିଲ ଗୁପ୍ତା। ସେ ଛତିଶଗଡ଼ ରାୟଗଡ଼ରୁ ପୁରୀ ଜଗନ୍ନାଥ ମନ୍ଦିର ଅଭିମୁଖେ ଦୌଡ଼ିଥିଲେ। ଗତ ୧୫ ତାରିଖ ପୂର୍ବାହ୍ନ ୧୧.୩୦ ରେ ସେଦୈାଡ ଆରମ୍ଭ କରି ଆଜି ଅପରାହ୍ନ ୫ ଟାରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିଥିଲେ।

ପୁରୀ(କେନ୍ୟୁଜ୍):  ଜଗା ଦୁଆରକୁ  ୫୫୦ କିଲୋମିଟର ଦୂରରୁ ଦୌଡି ଦୌଡି ଆସିଲେ ଜଣେ ଯୁବକ। ବିଶ୍ବ ଶାନ୍ତି ଉଦ୍ଦେଶ୍ୟରେ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା। ଦୀର୍ଘ ୫୫୦ କିଲୋମିଟର ଦୌଡି ଦୌଡି କାଳିଆ ଦର୍ଶନ କରିଛନ୍ତି ଅନିଲ ଗୁପ୍ତା। ସେ ଛତିଶଗଡ଼ ରାୟଗଡ଼ରୁ ପୁରୀ ଜଗନ୍ନାଥ ମନ୍ଦିର ଅଭିମୁଖେ ଦୌଡ଼ିଥିଲେ। ଗତ ୧୫ ତାରିଖ ପୂର୍ବାହ୍ନ ୧୧.୩୦ ରେ ସେଦୈାଡ ଆରମ୍ଭ କରି ଆଜି ଅପରାହ୍ନ ୫ ଟାରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିଥିଲେ।

ବିଶ୍ୱର ମଙ୍ଗଳ ପାଇଁ  ଝାରସୁଗୁଡାରୁ ଅନିଲ ଗୁପ୍ତା ଦୌଡି ଦୌଡ଼ି ୯ ଦିନରେ ୫୫୦ କିଲୋମିଟର ଅତିକ୍ରମ କରି କାଳିଆ ଦର୍ଶନ କଲେ। ପୁରୀ ମେଡିକାଲ ଛକରେ ପହଞ୍ଚି ଅତ୍ୟନ୍ତ ଭାବବିହ୍ବଳ ହୋଇ ଜୟ ଜଗନ୍ନାଥ ଡାକ ଛାଡିଥିଲେ l ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚି ଅତ୍ୟନ୍ତ ଭାବବିହଳ ହୋଇ ତଳେ ଗଡି ଜଗନ୍ନାଥଙ୍କୁ ପ୍ରଣିପାତ କରିଥିଲେ ଅନିଲ l ପୁରୀରେ କାଳିଆ ଦର୍ଶନ କରି ଅତ୍ୟନ୍ତ ଖୁସି ଅଛନ୍ତି ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.